Odisha Link
Bridging the Missing Links in Odisha

ଓଡ଼ିଶା ପାଇଁ ଗର୍ବର ବିଷୟ: ରଘୁରାଜପୁରକୁ ମିଳିଲା ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ମାନ୍ୟତା

ଓଏଲ୍ ବ୍ୟୁରୋ: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ବିଶ୍ୱ ପର୍ଯ୍ୟଟନ ଦିବସରେ ‘ଗ୍ଲୋବାଲ୍ ଟ୍ରାଭେଲ୍ ଫର୍ ଲାଇଫ୍’ ଉନ୍ମୋଚନ କରାଯାଇଥିଲା। ବୁଧବାର ଦିଲ୍ଲୀର ପ୍ରଗତି ମୈଦାନ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ରଘୁରାଜପୁରକୁ ‘ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ୨୦୨୩’ ପୁରସ୍କାର ପ୍ରାପ୍ତ ହୋଇଛି।

ରଘୁରାଜପୁର ଓଡ଼ିଶାର ପୁରୀ ଜିଲ୍ଲାରେ ଅବସ୍ଥିତ ଏକ ଗ୍ରାମ। ରଘୁରାଜପୁର ଏହାର ପଟ୍ଟଚିତ୍ର ପାଇଁ ପୃଥିବୀ ପ୍ରସିଦ୍ଧ। ୨୦୦୦ ମସିହାରେ ଏହି ଗ୍ରାମକୁ ଶିଳ୍ପୀଗ୍ରାମର ମାନ୍ୟତା ଦିଆ ହୋଇଛି। ଏହି ଗ୍ରାମରେ ଓଡ଼ିଶୀ ଗୁରୁ କେଳୁଚରଣ ମହାପାତ୍ର ଜନ୍ମ ଗ୍ରହଣ କରିଥିଲେ। ଐତିହ ଗ୍ରାମ ରଘୁରାଜପୁର ଯେଉଁଠି ଶିଳ୍ପୀମାନେ ନିଜ ନିଜ ଘର କାନ୍ଥରେ ଆକନ୍ତି ପାରମ୍ପରିକ ଚିତ୍ର।

Leave A Reply

Your email address will not be published.