ପାକିସ୍ତାନରେ ଅଘଟଣ: ବଡ଼ ଧରଣର ବିସ୍ଫୋରଣରେ ୨୫ ମୃତ, ୭୦ ଗୁରୁତର
ଓଏଲ୍ ବ୍ୟୁରୋ: ପାକିସ୍ତାନରେ ଅଘଟଣ ଘଟିଥିବା ଖବର ସାମ୍ନାକୁ ଆସିଛି। ବଡ଼ ଧରଣର ବିସ୍ଫୋରଣରେ ୨୫ ଜୀବନ ଚାଲିଯାଇଛି। ପାଖାପାଖି ୭୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ବାଲୋଚିସ୍ତାନ ମାସ୍ତୁଙ୍ଗ ଜିଲ୍ଲାର ଏକ ମସଜିଦ୍ ନିକଟରେ ଏହି ବିସ୍ଫୋରଣ ହୋଇଛି। ପର୍ବ ପାଳନ ପାଇଁ ଏକତ୍ରିତ ହୋଇଥିବା ବେଳେ ବିସ୍ଫୋରଣ ହୋଇଛି।