Odisha Link
Bridging the Missing Links in Odisha

ରାଜଧାନୀରେ ହିଟ୍‌ ଆଣ୍ଡ ରନ୍ ମାମଲା: ଗିରଫ ହେଲେ କାର୍ ମାଲିକ

ଓଏଲ୍‌ ବ୍ୟୁରୋ: ରାଜଧାନୀରେ ହିଟ୍‌ ଆଣ୍ଡ ରନ୍ ମାମଲା ସାମ୍ନାକୁ ଆସିଥିଲା। ଏହି ଘଟଣାରେ କାର୍ ମାଲିକଙ୍କୁ ଗିରଫ କରାଯାଇଛି। ଭୁବନେଶ୍ୱରରୁ ଅଭିଯୁକ୍ତ ବିକାଶ ପାଲ୍‌କୁ ପୁଲିସ ଗିରଫ କରିଛି। ଆଠଗଡ଼ରୁ ଭୁବନେଶ୍ୱର ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ରାଜମହଲ ଫୁଟପାଥରେ ଶୋଇଥିବା ଜଣେ ଶ୍ରମିକଙ୍କ ଉପରେ ଚଢ଼ିଯାଇଥିଲା। ନିଜେ କାର୍ ମାଲିକ ବିକାଶ ପାଲ୍‌ ହିଁ ବେପରୁଆ ଗାଡ଼ି ଚଳାଉଥିଲେ।

ସୂଚନା ଅନୁସାରେ, ବିକାଶ ପାଲ୍ ଭୁବନେଶ୍ୱରରେ ଏକ ଘରୋଇ ସଂସ୍ଥାରେ କାମ କରନ୍ତି। ରାଜଧାନୀ ରାସ୍ତା କଡରେ ଥକା ମେଣ୍ଟାଉଥିବା ଶ୍ରମିକଙ୍କ ଉପରେ କାର ମାଡିଯାଇଥିଲା। ରାଜମହଲ ଛକ ଫୁଟପାଥରେ ଶୋଇଥିବା ଶ୍ରମିକ ଉପରେ କାର ମାଡିଯାଇଥିବା ବେଳେ ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପରିଚୟ ମିଳିନଥିଲା।

Leave A Reply

Your email address will not be published.