ଘରୋଇ ହିଂସା ମାମଲା: କୋର୍ଟରେ ହାଜର ହେଲେ ଅଭିନେତ୍ରୀ ବର୍ଷା

ଓଏଲ୍ ବ୍ୟୁରୋ: ପାରିବାରିକ ହିଂସାର ଶିକାର ହୋଇଥିବା ଅଭିଯୋଗ ଆଣି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ନାଁରେ ମୋକଦ୍ଦମା ଦାୟର କରିଛନ୍ତି। ଏହି ମାମଲାରେ କୋର୍ଟରେ ହାଜର ହେଲେ ବର୍ଷା ପ୍ରିୟଦର୍ଶିନୀ। ଘରୋଇ ହିଂସା ମାମଲାରେ ଏସଡିଜେଏମ କୋର୍ଟରେ ବର୍ଷା ପ୍ରିୟଦର୍ଶିନୀ ହାଜର ହୋଇଛନ୍ତି।
ଘରୋଇ ହିଂସାର ଶିକାର ହୋଇଥିବା ଅଭିଯୋଗ କରି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ନାଁରେ ମୋକଦ୍ଦମା ଦାଏର କରିଥିଲେ। ତେବେ ମାମଲାର ଶୁଣାଣି କରିବା ଆଗରୁ ଉଭୟ ପକ୍ଷରୁ କାଉଁସେଲିଂ କରାଯାଇଛି। ଗତ ମାସ ୨୫ ତାରିଖରେ ଉଭୟଙ୍କୁ କାଉନସେଲିଂ ପାଇଁ ଡକରା ହୋଇଥିଲା। କିଛି ଦିନ ତଳେ ଦୁଇ ଜଣଙ୍କ ଆବେଦନ କୋର୍ଟ ଖାରଜ କରିଥିଲେ।