Odisha Link
Bridging the Missing Links in Odisha

ଗୋଲଡେନ ବାବାଙ୍କ ନାଁରେ ଠକେଇ ଅଭିଯୋଗ: ଚାର୍ଜସିଟ୍ ଦାଖଲ କଲା ଇଡି

ଓଏଲ୍‌ ବ୍ୟୁରୋ: ବହୁ ଚର୍ଚ୍ଚିତ ଗୋଲଡେନ ବାବାଙ୍କ ନାଁରେ ଠକେଇ ଅଭିଯୋଗ ହୋଇଥିବା ସାମ୍ନାକୁ ଆସିଥିଲା। ବେଆଇନ୍ ଅର୍ଥ କାରବାର ମାମଲାରେ ଗୋଲଡେନ୍‌ ବାବା ଓରଫ୍ ଜ୍ୟୋତି ବେଉରାଙ୍କ ନାଁରେ ଇଡି ଚାର୍ଜସିଟ୍‌ ଦାଖଲ କରିଛି। ପୂର୍ବରୁ ବାବାଙ୍କ ୫୨ ଲକ୍ଷ ଟଙ୍କା ବ୍ୟାଙ୍କ ଡିପୋଜିଟ୍ ଇଡି ଜବତ କରିଛି। ୨ଟି କାର୍ ଓ ଦେଢ଼ କୋଟିର ସଂପତ୍ତି ମଧ୍ୟ ଜବତ କରାଯାଇଥିଲା।

ଖବର ଅନୁସାରେ, ଗୋଲଡେନ ବାବା ଅନେକ ଅପରାଧିକ ମାମଲାରେ ୬ ଜଣଙ୍କ ଠାରୁ ୫ କୋଟି ୫୦ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ତେବେ ଏହି ମାମଲାରେ ତଦନ୍ତ କରି ଭୁବନେଶ୍ୱର ସିଆରପି ନିକଟରୁ ତାଙ୍କ ଦାମୀ ଗାଡିକୁ ଜଵତ କରିଥିଲା ଇଡି। ଗୋଲଡେନ୍ ବାବାଙ୍କ ୨୮ ଲକ୍ଷର ଅଡି କାର ସିଜ ହୋଇଥିଲା। ଅପରାଧିକ ମାମଲାରେ ଜଡିତ ଥିବା ଗୋଲଡେନ୍ ବାବା ଓରଫ୍ ଜ୍ୟୋତି ରଞ୍ଜନ ବେହେରା ଏବେ ଫେରାର ଅଛନ୍ତି।

Leave A Reply

Your email address will not be published.