ଓଡ଼ିଶାରୁ ଲଢ଼ିବା ଲାଗି BJPକୁ ସୁଯୋଗ ମାଗିଲେ ଧର୍ମେନ୍ଦ୍ର
୨୦୦୪ରେ ଧର୍ମେନ୍ଦ୍ର ପ୍ରଧାନ ପାଲଲହଡ଼ା ଆସନରୁ ବିଜେପି ଟିକେଟରେ ଲଢ଼ି କଂଗ୍ରେସ ପ୍ରାର୍ଥୀଙ୍କୁ ପରାସ୍ତ କରିଥିଲେ।
ଓଏଲ୍ ବ୍ୟୁରୋ: ୨୦୨୪ ସାଧାରଣ ରାଜନୀତିରେ ଓଡ଼ିଶା ରାଜନୀତିରେ ଦେଖିବାକୁ ମିଳିବ ବଢ଼ ଲଢ଼େଇ। କାରଣ ୨୦୧୯ ନିର୍ବାଚନରେ ଦୂରେଇ ରହିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୨୪ ନିର୍ବାଚନ ମୈଦାନକୁ ଓହ୍ଲାଇବେ। ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବାକୁ ଆଗ୍ରହପ୍ରକାଶ କରିଛନ୍ତି ଧର୍ମେନ୍ଦ୍ର। ଖାସ୍ କରି ଓଡ଼ିଶାରୁ ଲୋକସଭା ଆସନରେ ନିର୍ବାଚନ ଲଢ଼ିବାକୁ ବିଜେପି କେନ୍ଦ୍ରୀୟ ଟିମକୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର। ଏନେଇ ପିଟିଆଇ ପକ୍ଷରୁ ସୂଚନା ଦିଆଯାଇଛି।
VIDEO | EXCLUSIVE: "I wish to contest Lok Sabha polls in 2024. I have requested the party to give me a chance to contest from Odisha," Union minister @dpradhanbjp tell @PTI_News. #PTIExclusive pic.twitter.com/Bq2E0wDlQP
— Press Trust of India (@PTI_News) October 6, 2023
ଯଦି ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରୁ ନିର୍ବାଚନ ଲଢ଼ନ୍ତି ତେବେ କେଉଁଠୁ ନିର୍ବାଚନ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ। ଦେଖିବାକୁ ଗଲେ କିଛି ଦିନ ପୂର୍ବରୁ ସେ ଢ଼େଙ୍କାନାଳ ଆସନରୁ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ପରେ ଏହା ଥମି ଯାଇଥିଲା। ଆଉ ଢ଼େଙ୍କାନାଳ ନୁହେଁ, ବରଂ ଧର୍ମେନ୍ଦ୍ର ସମ୍ବଲପୁରରୁ ଲଢ଼ିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା।
ପୂର୍ବରୁ ୨୦୦୪ରେ ଧର୍ମେନ୍ଦ୍ର ପ୍ରଧାନ ପାଲଲହଡ଼ା ଆସନରୁ ବିଜେପି ଟିକେଟରେ ଲଢ଼ି କଂଗ୍ରେସ ପ୍ରାର୍ଥୀଙ୍କୁ ପରାସ୍ତ କରିଥିଲେ। ୨୦୦୪ରେ ଦେବଗଡ଼ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିବାବେଳେ ୨୦୦୯ରେ ପାଲଲହଡ଼ା ବିଧାନସଭା ଆସନରୁ ବିଜେପି ଟିକେଟରେ ଲଢ଼ିଥିଲେ କିନ୍ତୁ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ। ଏହାପରେ ୨୦୧୨ରେ ବିହାରରୁ ରାଜ୍ୟସଭାକୁ ଯାଇଥିବାବେଳେ ୨୦୧୮ରେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।