ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଥମ ମହିଳା ଗୀତିକାର

ଓଏଲ୍ ବ୍ୟୁରୋ: ପରଲୋକରେ ଗୀତିକାର ବିନୋଦୀନି ଦେବୀ। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ ଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଥମ ମହିଳା ଗୀତିକାର। ୧୯୬୫ର ମଲାଜହ୍ନ ଚଳଚ୍ଚିତ୍ର ପାଇଁ ଗୀତ ଲେଖିଥିଲେ। ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ତାଙ୍କର ଢେର ଅବଦାନ ରହିଛି। ଓଡ଼ିଆ ଶିଶୁ ଗୀତ ଓ ଆଧୁନିକ ଗୀତର ଗୀତିକାର ମଧ୍ୟ ଥିଲେ। ୧୯୩୭ ମସିହାରେ କଟକ ଜିଲ୍ଲା ତିଗିରିଆରେ ବିନୋଦିନୀ ଦେବୀ ଜନ୍ମ ଗ୍ରହଣ କରିଥିଲେ। ତଅପୋଇ, ଅସ୍ତରାଗ ଚଳଚ୍ଚିତ୍ର ପାଇଁ ଗୀତ ରଚନା କରଥିଲେ।