ବାଘ ଗଣନା ପ୍ରସ୍ତୁତି; ୮ଟି ସର୍କଲରେ ଲାଗିବ କ୍ୟାମେରା ଟ୍ରାପ୍

ଓଏଲ୍ ବ୍ୟୁରୋ: ବାଘ ଗଣନା ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆସନ୍ତା ୧୮ରୁ ବାଘ ଗଣନା ଆରମ୍ଭ ହୋଇ ୨୫ ଯାଏ ଚାଲିବ। ଗତ କିଛି ମାସ ପୂର୍ବରୁ ଏନଟିସିଏ ବାଘ ଗଣନା କରିଥିଲା। ବାଘ ସଂଖ୍ୟା କମ୍ ଥିବା ଏନଟିସିଏ ରିପୋର୍ଟ ଦେଇଥିଲା। ଏନଟିସିଏ ତଥ୍ୟ ଭୁଲ୍ ଥିବା କହି ପୁଣି ଗଣନା କରାଯିବ। ୮ଟି ସର୍କଲର ଏସିଏଫ, ଡ଼ିଏଫଓଙ୍କ ସମେତ ବନ କର୍ମଚାରୀ ପ୍ରଶିକ୍ଷଣ ଆରମ୍ଭ ହୋଇଛି।
ଆସନ୍ତା ୧୮ରୁ ବାଘ ଗଣନା ଆରମ୍ଭ ହୋଇ ୨୫ ଯାଏ ଚାଲିବ। ୮ଟି ସର୍କଲରେ କ୍ୟାମେରା ଟ୍ରାପ୍ ଲାଗିବ। ବାଘ ଚଲାପଥ ଓ ପଦ ଚିହ୍ନ ସର୍ଭେ କରାଯିବ। ଜାନୁଆରୀ ୩୧ ସୁଦ୍ଧା ବାଘର ସଠିକ ସଂଖ୍ୟା କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ। ତେବେ ଏନେଇ ଆଜିଠୁ ବାଘ ଗଣନା ପାଇଁ ପ୍ରଶିକ୍ଷଣ ଆରମ୍ଭ ହୋଇଛି।