ହାଇକୋର୍ଟରେ ମିଛ ତଥ୍ୟ ଦେବା ପଡ଼ିଲା ମହଙ୍ଗା; ଗିରଫ ହେଲେ ୨ ଅଭିଯୁକ୍ତ
![](https://www.odishalink.com/wp-content/uploads/2023/09/HIGHCOURT-750x430.jpg)
ଓଏଲ୍ ବ୍ୟୁରୋ: ହାଇକୋର୍ଟରେ ମିଛ ତଥ୍ୟ ଦେଇଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। କୋଣାର୍କ ଜୁଡିସିଆଲ କମ୍ପଲେକ୍ସ ନିର୍ମାଣକୁ ବିରୋଧ କରି ମାମଲା ହୋଇଥିଲା। ହାଇକୋର୍ଟ ପରେ ସୁପ୍ରିମକୋର୍ଟରେ ବି ମାମଲା ଖାରଜ ହୋଇଥିଲା। ମାମଲା ଖାରଜ ସତ୍ତ୍ବେ ତଥ୍ୟ ଲୁଚାଇ ସାନି ମାମଲା ଦାୟର କରିଥିଲେ। ତେବେ ଏହି ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଜାମିନରେ ଥିବା ଆଉ ୯ ଜଣଙ୍କୁ ତୁରନ୍ତ ଗିରଫ ପାଇଁ ନିର୍ଦ୍ଦେଶ ଦିଆଯାଇଛି।