ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ: କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓଏଲ୍ ବ୍ୟୁରୋ: ଐତିହ୍ୟ ସ୍ଥଳର ବିକାଶ ପାଇଁ ଆଜି ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି। ଗାଁରେ ଆରମ୍ଭ ହୋଇଛି ବିକାଶର ନୂଆ ଯୁଗ। ପ୍ରତି ପଞ୍ଚାୟତରେ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନକୁ ସଶକ୍ତ ଓ ସମୃଦ୍ଧ କରିବାକୁ ରାଜ୍ୟ ସରକାରଙ୍କ ଐତିହାସିକ ଯୋଜନା ଆମ ଓଡ଼ିଶା ନବୀନ ଓଡ଼ିଶା ଆରମ୍ଭ ହୋଇଛି।
ରାଜ୍ୟର ଆଉ ଦୁଇ ଜିଲ୍ଲାରେ ଆରମ୍ଭ ହୋଇଛି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଓ କେନ୍ଦ୍ରାପଡ଼ାବାସୀଙ୍କୁ ୩୧୧ କୋଟି ଟଙ୍କା ଭେଟି ଦେଇଛନ୍ତି। ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଲେଖାଏ ଦିଆଯାଉଛି। କଟକର ୮ଟି ନିର୍ବାଚନ ମଣ୍ଡଳୀକୁ ୧୮୬ କୋଟି ୫୦ ଲକ୍ଷ ଟଙ୍କା ମିଳିଛି। କଟକରେ ୩୭୩ ପଞ୍ଚାୟତରେ ୫୩୫୧ଟି ପ୍ରକଳ୍ପ ହେବ।
କେନ୍ଦ୍ରାପଡ଼ାରେ ୩ ହଜାର ୩୫୩ଟି ପ୍ରକଳ୍ପ ପାଇଁ ୧୨୪ କୋଟି ୫୦ ଲକ୍ଷ ଟଙ୍କା ଦିଆଯାଇଛି। କଟକ ଜିଲ୍ଲାର ୧୪ଟି ବ୍ଲକ ପାଇଁ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ସହାୟତା ଘୋଷଣା କରାଯାଇଛି। ସେହିପରି ବାଙ୍କୀ ନିର୍ବାଚନ ମଣ୍ଡଳୀର ତିନୋଟି ବ୍ଳକକୁ ସହାୟତା ଯୋଗାଇ ଦିଆଯାଇଛି। ସାଲେପୁର ପାଇଁ ମଧ୍ୟ ସହାୟତା ପ୍ରଦାନ କରାଯାଇଛି। ସେପଟେ କେନ୍ଦ୍ରାପଡ଼ାର ମଧ୍ୟ ବିଭିନ୍ନ ପଞ୍ଚାୟତକୁ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ସହାୟତା ଯୋଗାଇ ଦିଆଯାଇଛି।