ମର୍ମନ୍ତୁଦ ଦୁର୍ଘଟଣା: ବସ୍-ଆମ୍ବୁଲାନ୍ସ ସାମ୍ନାସାମ୍ନି ଧକ୍କା, ୧୬ ଆହତ

ଓଏଲ୍ ବ୍ୟୁରୋ: ଅରଞ୍ଜି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ବସ୍-ଆମ୍ବୁଲାନ୍ସ ସାମ୍ନାସାମ୍ନି ଧକ୍କା ହୋଇଥିବା ଜଣା ପଡିଛି। ଦୁର୍ଘଟଣାରେ ୧୬ ଆହତ ହୋଇଥିବାବେଳେ ସମସ୍ତ ଆହତ ଭଦ୍ରକ ମେଡିକାଲ୍ରେ ଭର୍ତ୍ତି କରାଯାଇଛି।
ଆମ୍ବୁଲାନ୍ସଟି ଜଣେ ଗର୍ଭବତୀ ନେଇ ଯାଉଥିବାବେଳେ ଅରଞ୍ଜି ଛକ ନିକଟରେ ବସ୍-ଆମ୍ବୁଲାନ୍ସ ପରସ୍ପରକୁ ଧକ୍କା ହୋଇଥିଲା। ଆମ୍ବୁଲାନ୍ସ ଡ୍ରାଇଭର ଗୁରୁତର ହୋଇଥିବାବେଳେ ବସ୍ଟି ଭାରସାମ୍ୟ ହରାଇ ଓଲଟିବାରୁ ୧୫ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି।