Odisha Link
Bridging the Missing Links in Odisha

କଟକରେ ଦଶହରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଶଦ୍ଦ ପ୍ରଦୂଷଣ ରୋକ୍‌ ଉପରେ ଗୁରୁତ୍ୱ

ଓଏଲ୍‌ ବ୍ୟୁରୋ: ପାଖେଇ ଆସିଲା ପାର୍ବଣର ଋତୁ ଏହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଲାଣି ସମସ୍ତ ପୂଜା ମଣ୍ଡପ। ଅକ୍ଟୋବର ଓ ନଭେମ୍ବରରେ ବିଭିନ୍ନ ପୂଜା ଯଥା ଦୁର୍ଗାପୂଜା, କାଳୀପୂଜା, ଲକ୍ଷ୍ମୀପୂଜା ଇତ୍ୟାଦି ଅନୁଷ୍ଠିତ ହେବାକୁ ଯାଉଛି। ଦୁର୍ଗାପୂଜା ଆରମ୍ଭ ହେବାକୁ ଥିବାବେଳେ ଏନେଇ ପୂର୍ବ ପ୍ରସ୍ତୁତି ଶେଷ ହୋଇଛି। କଟକରେ ଦଶହରା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ପୂଜା ଓ ଭସାଣ ପାଇଁ ୫୫ ପ୍ଲାଟୁନ ପୁଲିସ ମୁତୟନ କରାଯିବ। ୮ ଏଡିସିପି, ୩୪ ଡିଏସପି, ୫୦ ଇନ୍ସପେକ୍ଟର ଦାୟିତ୍ୱରେ ରହିବେ। ବିଶେଷକରି ଶଦ୍ଦ ପ୍ରଦୂଷଣ ରୋକ୍‌ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ୬୫ ଡେସିବେଲ୍‌ରୁ ଅଧିକ ଶଦ୍ଦକୁ ବାରଣ କରାଯିବ। ଏନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

ଅନ୍ୟପଟେ, ରାଜଧାନୀକୁ ସୁରକ୍ଷିତ ରଖିବା ପାଇଁ ୧୨ ଅତିରିକ୍ତ ଡିଏସ୍‌ପି, ୨୩ ଏସିପି, ୪୧ ଇନ୍ସପେକ୍ଟର ନିୟୋଜିତ ହେବେ। ସହରକୁ ୩ଟି ସେକ୍ଟରରେ ଭାଗ କରାଯାଇ ମୋବାଇଲ୍ ପାଟ୍ରୋଲିଂ ଚାଲିଛି। ୬ଟି ସ୍ଥାନରେ କଣ୍ଟ୍ରୋଲ ରୁମ୍ ଖୋଲିଛି, ଷ୍ଟ୍ରାଇକିଂ ଫୋର୍ସ ବି ଅଛନ୍ତି ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.