ଭାରତ-ବାଂଲାଦେଶ ମହାମୁକାବିଲା: ବୋଲିଂ କରିବ ଭାରତ, ଟସ୍ ଜିତିଲା ବାଂଲାଦେଶ
ଓଏଲ୍ ବ୍ୟୁରୋ: ଆଜି ବିଶ୍ବକପରେ ହାଇଭୋଲଟେଜ୍ ମ୍ୟାଚ୍। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇବ ବାଂଲାଦେଶ। ଯାହାଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇବ ଭାରତ। ଆଜି ଭାରତ ମ୍ୟାଚ ଜିତି ଅପରାଜେୟ ଧାରା ବଜାୟ ରଖିବାକୁ ଲକ୍ଷ୍ୟ ରଖିଥିବାବେଳେ ଦ୍ବିତୀୟ ବିଜୟ ଆଶାରେ ରହିଛି ବାଂଲାଦେଶ। ୩ଟି ମ୍ୟାଚ ଖେଳି ବିଜୟ ସହିତ ଭାରତ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି।
ସେପଟେ ବାଂଲାଦେଶ ୩ଟିରୁ ଗୋଟିଏ ମ୍ୟାଚ ଜିତିଛି। ବିଶ୍ବକପରେ ୪ଟି ସଂସ୍କରଣରେ ମାତ୍ର ୪ ଥର ମୁକାବିଲା କରିଛନ୍ତି ଦୁଇ ଭାରତ-ବାଲାଦେଶ। ଭାରତ ୩ଟି ମ୍ୟାଚ ଜିତିଥିବାବେଳେ ବାଂଲାଦେଶ ଗୋଟିଏରେ ବିଜୟ ହାସଲ କରିଛି। ତିନୋଟି ମ୍ୟାଚ୍ ଜିତିବା ପରେ ଭାରତୀୟ ଦଳ କ୍ରମାଗତ ଚତୁର୍ଥ ବିଜୟ ପଞ୍ଜିକରଣ କରିବାକୁ ଚାହୁଁଛି। ଏହା ଭାରତ ପାଇଁ ସେମିଫାଇନାଲକୁ ସହଜ କରିବ। ୨୦୦୭ ବିଶ୍ବକପରେ ଉଭୟ ଦେଶ ମଧ୍ୟରେ ପ୍ରଥମ ମୁକାବିଲା ହୋଇଥିଲା।
ଏଥିରେ ବାଂଲାଦେଶ ଭାରତକୁ ୫ ଓ୍ବିକେଟରେ ପରାଜିତ କରିଥିଲା। ପରେ ୨୦୧୧ରେ ଭାରତ ୮୭ ରନରେ ବାଂଲାଦେଶକୁ ହରାଇ ପ୍ରଥମ ପରାଜୟର ପ୍ରତିଶୋଧ ନେଇଥିଲା। ୨୦୧୫ ବିଶ୍ବକପରେ ମଧ୍ୟ ଭାରତ ୧୦୯ ରନରେ ବାଂଲାଦେଶକୁ ପରାସ୍ତ କରିଥିଲା। ବର୍ତ୍ତମାନ ସ୍ଥିତିରେ ଭାରତର ପଲ୍ଲା ଭାରି ରହିଥିବାବେଳେ ବାଂଲାଦେଶ ବିପର୍ଯ୍ୟୟ ସୃଷ୍ଟି କରିବାର ଦକ୍ଷତା ରଖିଛି।
ଭାରତ : ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ୍ ଆୟର, କେ.ଏଲ୍ ରାହୁଲ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ
ବାଂଲାଦେଶ : ଲିଟନ୍ ଦାସ, ତାଞ୍ଜୀଦ ତମିମ, ନାଜମୁଲ ହାସନ ଶାଣ୍ଟୋ (ଅଧିନାୟକ), ମେହେନ୍ଦି ହାସନ ମିରାଜ, ମୁଶଫିକୁର ରହୀମ (ୱିକେଟ୍ ରକ୍ଷକ), ତାହିଦ୍ ହ୍ରିଡୋ, ମହମୁଦୁଲ୍ଲା, ନାସୁମ ଅହମଦ, ହାସନ ମହମ୍ମଦ, ମୁସ୍ତାଫିଜୁର ରହମାନ, ଶୋରିଫୁଲ ଇସଲାମ