ଆଜିଠୁ ଏମ୍ସରେ ଯୋଡ଼ି ହେଲା ଇ-ପେମେଣ୍ଟ ସିଷ୍ଟମ୍
![](https://www.odishalink.com/wp-content/uploads/2023/06/aiims.jpg)
ଓଏଲ୍ ବ୍ୟୁରୋ: ଆଧୁନିକ ଯୁଗରେ ସମସ୍ତେ ଦ୍ରୁତ ଗତିରେ ସବୁ କାମ ହାସଲ କରିବାରେ ଲାଗିଛନ୍ତି। ସବୁ କ୍ଷେତ୍ରରେ ପ୍ରାୟ ଡିଜିଟାଲ ବ୍ୟବସ୍ଥା ଆରମ୍ଭ ହୋଇଥିବାବେଳେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହା ମଧ୍ୟ ଯୋଡି ହେଲାଣି। ତେବେ ଏମ୍ସରେ ଆଜିଠୁ ଇ-ପେମେଣ୍ଟ ସିଷ୍ଟମ୍ ଆରମ୍ଭ ହୋଇଛି।
ଇ-ପେମେଣ୍ଟ ସିଷ୍ଟମ୍ ନଥିବା ଯୋଗୁଁ ବହୁତ ଅସୁବିଧା ହୋଇଥିଲା। ଏହି ସିଷ୍ଟମ୍ ଲାଗୁ ହେବା ପରେ ଆଉ ଅସୁବିଧା ହେବ ନାହିଁ। ତେବେ ଏମ୍ସରେ ଇ-ପେମେଣ୍ଟ ବ୍ୟବସ୍ତା ଆରମ୍ଭ ହେବା ନେଇ ଭୁବନେଶ୍ୱର ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି।