ରାଜ୍ୟବ୍ୟାପୀ ବସ୍ ଧର୍ମଘଟ: ହନ୍ତସନ୍ତ ଯାତ୍ରୀ, ଏପର୍ଯ୍ୟନ୍ତ ବାହାରିନି ନିଷ୍କର୍ସ
![](https://www.odishalink.com/wp-content/uploads/2023/10/BUS-1.jpg)
ଓଏଲ୍ ବ୍ୟୁରୋ: ଆରମ୍ଭ ହୋଇଛି ପୂଜା ଛୁଟି। ଆଉ ଏହି ସମୟରେ ବସ୍ ଧର୍ମଘଟ ଡାକରା ଦେଇଛି ବସ୍ ମାଲିକ ସଂଘ। ରାଜ୍ୟବ୍ୟାପୀ ବସ୍ ଧର୍ମଘଟ ଯୋଗୁଁ ଲୋକେ ହଟହଟା ହୋଇଛନ୍ତି। ସାରା ରାଜ୍ୟରେ ବସ୍ ଚଳାଚଳ ବନ୍ଦ ହୋଇଛି। ସଂଘ ଆହୁରି କହିଛି ଯେ, ଆମ ପାଖରେ ଆଉ କିଛି ବିକଳ୍ପ ନାହିଁ, ଲୋକଙ୍କୁ କ୍ଷମା ମାଗୁଛୁ। ତେବେ ଏନେଇ ରାଜ୍ୟ ସରକାରଙ୍କ ସହ ଘରୋଇ ବସ ମାଲିକ ସଂଘର ଆଲୋଚନା ଶେଷ ହୋଇଥିବାବେଳେ କୌଣସି ନିଷ୍କର୍ସ ନ ବାହାରିବାରୁ ଆଜି ବସ ଚଳାଚଳ ବନ୍ଦ କରିଦିଆଯାଇଛି।
ସୂଚନା ଅନୁସାରେ, ପୂର୍ବରୁ ଘରୋଇ ବସ ମାଲିକ ସଂଘ କର୍ମକର୍ତ୍ତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ହେଲେ ଏଥିରୁ କୌଣସି ସୁଫଳ ନମିଳିବା ହେତୁ ଏପରି ବଡ଼ ନିଷ୍ପତ୍ତି ନେଇଛି ସଂଘ। ବସ ମାଲିକ ସଂଘର କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ ମହାନ୍ତି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ବେଳେ ବ୍ଲକରୁ ଜିଲ୍ଲାକୁ କୌଣସି ଲକ୍ଷ୍ମୀ ଯୋଜନା ବସ ଚାଲିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। କେବଳ ପଞ୍ଚାୟତରୁ ବ୍ଲକକୁ ଗଡିବ, ମାତ୍ର ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବା ସହ ଭଡା ମଧ୍ୟ କମାଇଦେଇଛନ୍ତି।
ଲକ୍ଷ୍ମୀ ଯୋଜନା କାର୍ଯ୍ୟକାରୀ ପରେ ଘରୋଇ ବସ୍ ମାଲିକମାନେ ଅସୁବିଧାରେ ପଡିବେ। ତେଣୁ ଏହାକୁ ବିରୋଧରେ ବସ୍ ଧର୍ମଘଟ କରାଯିବ। ଏହାପୂର୍ବରୁ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଅକ୍ଟୋବର ୧୦ରୁ ରାଜ୍ୟବାପୀ ବସ୍ ଧର୍ମଘଟ କରିବାକୁ ଘରୋଇ ବସ ମାଲିକ ସଂଘ ନିଷ୍ପତ୍ତି ନେଇଥିଲେ। ପରେ ସରକାରଙ୍କ ସହିତ ଆଲୋଚନା କରି ବସ୍ ଧର୍ମଘଟକୁ ସ୍ଥଗିତ ରଖାଯାଇଥିଲା।