ଆଜିଠୁ ଏକ ସପ୍ତାହ ପାଇଁ ଅଦାଲତ ବନ୍ଦ, ଜାଣନ୍ତୁ କେବେ ଖୋଲିବ କୋର୍ଟ

ଓଏଲ୍ ବ୍ୟୁରୋ: ଆରମ୍ଭ ହୋଇଛି ପୂଜା ଛୁଟି। ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ମଧ୍ୟ ଆଜିଠାରୁ ଦଶହରା ଅବକାଶ ଆରମ୍ଭ ହୋଇଛି। ଗୋଟେ ସପ୍ତାହ ଲାଗି ଅଦାଲତ ବନ୍ଦ ରହିବ। ୩୦ ତାରିଖରେ ପୁନର୍ବାର କୋର୍ଟ ଖୋଲିବ। ଏହି ସମୟ ମଧ୍ୟରେ ୨୦, ୨୫, ୨୬ ଏବଂ ୨୭ ତାରିଖରେ କୋର୍ଟ ଅଫିସ୍ ଖୋଲା ରହିବ।
ଏହିସବୁ ଦିନରେ ୧୧ଟାରୁ ୩ ଟା ପର୍ଯ୍ୟନ୍ତ ଅଫିସ୍ କାର୍ଯ୍ୟ କରିବ। ତେବେ ଜରୁରୀକାଳୀନ ମାମଲା ଥିଲେ ୧୧ରୁ ୧୨ଟା ମଧ୍ୟରେ ମାମଲା ରୁଜୁ କରାଯାଇ ପାରିବ। ଆସନ୍ତା ୨୬ ଏବଂ ୨୭ ତାରିଖ ଦିନ କୋର୍ଟର ସମସ୍ତ କର୍ମଚାରୀଙ୍କୁ କାର୍ଯ୍ୟରେ ଯୋଗଦେବାକୁ ବାଧ୍ୟତାମୂଳକ କରାଯାଇଛି।