ପାର୍ବଣ ଋତୁରେ ବାତ୍ୟା ଭୟ, ଆସନ୍ତା ୨୪ ଘଣ୍ଟାରେ ନେଇପାରେ ସାମୁଦ୍ରିକ ଝଡ଼ର ରୂପ!
![](https://www.odishalink.com/wp-content/uploads/2023/05/cyclonee-750x430.jpg)
ଓଏଲ୍ ବ୍ୟୁରୋ: ପାର୍ବଣ ଋତୁରେ ପୁଣିଥରେ ବାତ୍ୟା ଭୟ। ଆରବ ସାଗରରେ ଦାନା ବାନ୍ଧୁଛି ବାତ୍ୟା। ଆସନ୍ତା ୨୪ ଘଣ୍ଟାରେ ସାମୁଦ୍ରିକ ଝଡର ରୂପ ନେଇବାର ଆଶଙ୍କା ରହିଛି। ଆସନ୍ତା ୨୨ ତାରିଖ ବେଳକୁ ଭୀଷଣ ସାମୁଦ୍ରିକ ରୂପ ନେବାର ସମ୍ଭାବନା ରହିଥିବାବେଳେ ଭାରତ ପାଇଁ ବିପଦ ନଥିବା ସୂଚନା ରହିଛି। ଓମାନ ଓ ୟେମେନ ଉପକୂଳ ମୁହାଁ ହେବା ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।
ପଶ୍ଚିମା ବାୟୁ ସହ ଜଡ଼ିତ ବିଷୁବରେଖା ନିକଟସ୍ଥ ତରଙ୍ଗର ଉପସ୍ଥିତି ଯୋଗୁଁ ଚଳିତ ମାସ ଶେଷ ବେଳକୁ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଧୀରେ ଧୀରେ ଅଧିକ ଘନୀଭୂତ ହୋଇ ଅକ୍ଟୋବର ଶେଷ ଆଡ଼କୁ ଏକ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି।