ପାରା ଏସୀୟ କ୍ରୀଡ଼ା: ବ୍ୟାଡମିଣ୍ଟନ ସେମିରେ ଥାଇଲାଣ୍ଡକୁ ହରାଇଲେ ପ୍ରମୋଦ ଭଗତ
ଓଏଲ୍ ବ୍ୟୁରୋ: ହାଂଝୌରେ ରବିବାରଠୁ ପାରା ଏସୀୟ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଛି। ପାରା ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ପକ୍କା କଲେ ପ୍ରମୋଦ ଭଗତ। ବ୍ୟାଡମିଣ୍ଟନର ସିଙ୍ଗିଲ୍ସର ସେମିରେ ଥାଇଲାଣ୍ଡର ମଙ୍ଗଖୋନ ବୁନ୍ସୁନ୍ଙ୍କୁ ହରାଇ ପ୍ରମୋଦ ଭଗତ ରୌପ୍ୟ ହାସଲ କରିଛନ୍ତି।
ସୂଚନା ଅନୁସାରେ, ପାରା ଅଲିମ୍ପିକ୍ ବିଜେତା ଓଡ଼ିଆ ବ୍ୟାଡ୍ମିଣ୍ଟନ ତାରକା ପ୍ରମୋଦ ଭଗତ ଏସୀୟ ପାରା କ୍ରୀଡ଼ାରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ହାଂଝୌ ଏସୀୟ ପାରା କ୍ରୀଡ଼ା ରବିବାରଠୁ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇ ଥିବା ବେଳେ ଏହା ପୂର୍ବରୁ କିଛି ପ୍ରତିଯୋଗିତା ଆରମ୍ଭ ହୋଇଥିଲା।
ମିଶ୍ରିତ ଯୁଗଳରେ ଭାରତୀୟ ଯୋଡ଼ି ପ୍ରମୋଦ ଓ ମନୀଷା ରାମଦାସ ବିଜୟୀ ହୋଇ ଆଗକୁ ବଢ଼ିଥିଲେ। ପ୍ରଥମ ମ୍ୟାଚ୍ରେ ଏହି ଯୋଡ଼ି ୨୧-୮, ୨୧-୧୪ରେ ଥାଇଲାଣ୍ଡର ଚାୱାରାତ କିତିଚୋକ୍ବାତାନା ଓ ଚାନିଦା ଶ୍ରୀନାଭାକୁଲଙ୍କୁ ପରାସ୍ତ କରିଥିଲେ।