Odisha Link
Bridging the Missing Links in Odisha

ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସିବେ ରଘୁବର ଦାସ, ରାଜ୍ୟପାଳ ଭାବେ ନେବେ ଶପଥ

ଓଏଲ୍‌ ବ୍ୟୁରୋ: ଓଡ଼ିଶାକୁ ମିଳିବେ ନୂଆ ରାଜ୍ୟପାଳ। ଓଡ଼ିଶାର ପରବର୍ତ୍ତୀ ରାଜ୍ୟପାଳ ହେବେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ। ଏନେଇ ରାଷ୍ଟ୍ରପତି ଭବନରୁ ସୂଚନା ଜାରି ହୋଇଥିବାବେଳେ ଆସନ୍ତା ୩୧ ତାରିଖରେ ଶପଥ ନେବେ। ବର୍ତ୍ତମାନର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବାବେଳେ ରଘୁବର ଦାସ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇବେ।

ଓଡ଼ିଶାର ରାଜ୍ୟପାଳ ଦାୟିତ୍ୱ ଗ୍ରହଣ ପୂର୍ବରୁ ପ୍ରତିକ୍ରିୟା ରଖିଛନ୍ତି ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ। ସେ କହିଛନ୍ତି କୌଣସି ଦାୟିତ୍ୱ କଠିନ ନୁହେଁ। ନିଷ୍ଠାର ସହ ଦାୟିତ୍ୱ ତୁଳାଇଲେ ଯେତେ ବଡ କାମ ବି ସହଜରେ କରି ହୋଇଥାଏ। ଆଗକୁ ଓଡିଶା ସରକାରଙ୍କ ସହ ମିଶି ରାଜ୍ୟର ବିକାଶ ପାଇଁ କାମ କରିବେ ବୋଲି ରଘୁବର ଦାସ କହିଛନ୍ତି।

ତେବେ ଆଜି ବର୍ତମାନର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ରାଜଭବନରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବ। ଅପରାହ୍ନରେ ହେବାକୁ ଥିବା ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ରାଜଭବନ ଅଧିକାରୀ ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସୂଚନାଥାଉକି, ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ହେଉଛନ୍ତି ରଘୁବର ଦାସ। ସେ ୫ ଥର ନିର୍ବାଚିତ ହୋଇଛନ୍ତି। ରଘୁବର ଦାସ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇ ସାରିଛନ୍ତି। ପ୍ରଥମ ଅଣଆଦିବାସୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ରଘୁବର ଦାସ।

Leave A Reply

Your email address will not be published.