ଜାନୁଆରୀ ୨୨ରେ ଭବ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା
![](https://www.odishalink.com/wp-content/uploads/2023/10/IMG-20231026-WA0001-750x430.jpg)
ଓଏଲ୍ ବ୍ୟୁରୋ: ଭବ୍ୟ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ତାରିଖ ଘୋଷଣା। ୨୦୨୪ ଜାନୁଆରୀ ୨୨ ତାରିଖରେ ପ୍ରତିଷ୍ଠା ହେବ ଉତ୍ତରପ୍ରଦେଶରେ ନିର୍ମିତ ହେଉଥିବା ଭବ୍ୟ ଶ୍ରୀରାମ ମନ୍ଦିର। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍ କାର୍ଯ୍ୟକର୍ତ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ନିମନ୍ତ୍ରଣ ପତ୍ର ଦେବା ସହିତ ତାରିଖ ଘୋଷଣା କରିଛନ୍ତି।
ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଦସ୍ୟମାନେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଥିଲେ। ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ମନ୍ଦିରର ପ୍ରାଣ ପ୍ରତିଷ୍ଠାନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିମନ୍ତ୍ରଣ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହାକୁ ଗ୍ରହଣ କରି ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ ବୋଲି କହିଛନ୍ତି।
ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ଜୟ ଶିୟାରାମ। ଆଜିର ଦିନ ଅନେକ ଭାବନରେ ପୂରି ଯାଇଛି।ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର କାର୍ଯ୍ୟକର୍ତ୍ତା ମାନେ ମୋତେ ଭେଟିବା ପାଇଁ ମୋ ବାସଭବନକୁ ଆସିଥିଲେ। ସେମାନେ ମୋତେ ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଆଯୋଧ୍ୟା ଆସିବାକୁ ନିମନ୍ତ୍ରଣ କରିଛନ୍ତି। ମୁଁ ନିଜକୁ ବହୁତ ଧନ୍ୟ ମନେ କରୁଛି। ମୋ ଜୀବନକାଳ ମଧ୍ୟରେ ମୁଁ ଏପରି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ବନିବାକୁ ଯାଉଥିବାରୁ ନିଜକୁ ସୌଭାଗ୍ୟ ମନେ କରୁଛି।
ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଚାଲିଥିବା ୩ ମହଲା ବିଶିଷ୍ଟ ଭବ୍ୟ ରାମ ମନ୍ଦିରର କାମ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଶେଷ ହେବ। ମନ୍ଦିରର ଗ୍ରାଉଣ୍ତ ଫ୍ଲୋର ନିର୍ମାଣ କାମ ଡିସେମ୍ବର ସୁଦ୍ଧା ଶେଷ ହୋଇଯିବ। ଏହାପରେ ମନ୍ଦିରର ପ୍ରତିଷ୍ଠା ଜାନୁଆରୀ ୨୨ରେ କରାଯିବ ବୋଲି ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା ଏହାପୂର୍ବରୁ କହିଥିଲେ। ୨୦୨୪ ଜାନୁଆରୀ ୨୨ ତାରିଖ ଦିନ ୧୨.୩୦ରୁ ଉଦଘାଟନୀ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସୂଚନା ରହିଛି।