Odisha Link
Bridging the Missing Links in Odisha

ଭୁବନେଶ୍ଵର ବିମାନବନ୍ଦରରେ ଆରମ୍ଭ ହେଲା ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଟାୱାର

ଓଏଲ୍‌ ବ୍ୟୁରୋ: ଦେଶର ପ୍ରଥମ ଏୟାର ଟ୍ରାଫିକ ମ୍ୟାନେଜମେଣ୍ଟ୍ ଅଟୋମେସନ ସିଷ୍ଟମ ଆରମ୍ଭ ହୋଇଛି। ବିମାନବନ୍ଦର ପରିସରରେ ନୂଆ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଟାୱାରର ଉଦଘାଟନ କରାଯାଇଛି। ଭାରତୀୟ ବିମାନବନ୍ଦର ପ୍ରାଧିକରଣ ଅଧ୍ୟକ୍ଷ ସଞ୍ଜୀବ କୁମାର ଏହାର ଉଦଘାଟନ କରିଛନ୍ତି। ଭୁବନେଶ୍ଵର ବିମାନବନ୍ଦର ଆନ୍ତର୍ଜାତିକ ବିମାନବନ୍ଦର ହୋଇଥିବା ବେଳେ ପୂର୍ବରୁ ପୁରୁଣା ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଜରିଆରେ କାମ ଚାଲିଥିଲା। ମାସକ ପୂର୍ବରୁ ଉଭୟ ପୁରୁଣା ଓ ନୂଆ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଟାୱାର କାର୍ଯ୍ୟ କରୁଥିଲା। ଆଜି ସମ୍ପୂର୍ଣ୍ଣ ଭାବେ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ସର୍ଭିସ କମ୍ପ୍ଲେକ୍ସର ଉଦଘାଟନ ହୋଇଛି।

ଦେଶର ପ୍ରଥମ ବିମାନବନ୍ଦର ଭାବେ ଭୁବନେଶ୍ୱର ବିମାନବନ୍ଦରରେ ଏୟାର ଟ୍ରାଫିକ୍ କଂଟ୍ରୋଲ(ଏଟିଏସି) ଟାୱାରର ସଫଳ ପରୀକ୍ଷଣ ହୋଇଛି। ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ୪୦ ବର୍ଷର ପୁୁରୁଣା ଏୟାର ଟ୍ରାଫିକ୍ କଂଟ୍ରୋଲ(ଏଟିଏସି) ଟାୱାର ବନ୍ଦ ହୋଇଛି। ଏବେ ନୁଆ ଏଟିଏସି ଟାୱାରରୁ ବିମାନ ପରିଚାଳନା ଆରମ୍ଭ ହୋଇଛି। ଯାହା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି। ଏହି ଟାୱାରରେ ଟ୍ରାଫିକ କଣ୍ଟ୍ରୋଲ, ଟ୍ରାଫିକ ମ୍ୟାନେଜମେଣ୍ଟ ଓ ଏରିଆ କଣ୍ଟ୍ରୋଲ ବ୍ୟବସ୍ଥା ଗୁଡିକୁ ବ୍ୟାପକ କରାଯାଇ ପାରିବ। ସମଗ୍ର ଦେଶରେ ପ୍ରଥମକରି ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଏଭଳି ଅତ୍ୟାଧୁନିକ ଡିଜିଟାଲ ଟାୱାର ନିର୍ମାଣ କରାଯାଇଛି।

Leave A Reply

Your email address will not be published.