୨୧ ଦିନରେ ଇସ୍ରାଏଲ-ହମାସ ଯୁଦ୍ଧ, ସିରିଆରେ ଆମେରିକାର ଏୟାରଷ୍ଟ୍ରାଇକ

ଓଏଲ୍ ବ୍ୟୁରୋ: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଯୁଦ୍ଧ ଜାରି ରହିଥିବାବେଳେ ୨୧ ଦିନରେ ପହଂଚିଛି ଯୁଦ୍ଧ। ଇସ୍ରାଏଲି ସେନା ଓ ହମାସ୍ ଆତଙ୍କବାଦୀ ସଙ୍ଗଠନ ମଧ୍ୟରେ ଭୀଷଣ ସଂଘର୍ଷ ଯୋଗୁଁ ଇସ୍ରାଏଲର ଅନେକ ଅଞ୍ଚଳ ଭାରୀ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଆମେରିକାର ପରାମର୍ଶ ପରେ ଇସ୍ରାଏଲର ଗ୍ରାଉଣ୍ଡ ଅପରେସନ ସ୍ଥଗିତ ରଖିଥିବା ସୂଚନା ରହିଛି।
ଅନ୍ୟପଟେ, ପୂର୍ବ ସିରିଆର ୨ଟି ସ୍ଥାନରେ ଆମେରିକା ଏୟାର ଷ୍ଟ୍ରାଇକ କରିଛି। ଇରାନ ସୈନ୍ୟଙ୍କୁ ଆମେରିକା ଟାର୍ଗେଟ କରିଛି। ଇରାନ ରିଭୋଲ୍ୟୁସନାରୀ ଗାର୍ଡ୍ସର ଆମେରିକା ସେନା ଉପରେ ଆକ୍ରମଣ। ଆତ୍ମରକ୍ଷା ପାଇଁ ଆମେରିକା ଆକ୍ରମଣ କରିଥିବା କହିଥିବାବେଳେ ଅନେକ ଅଞ୍ଚଳ ଭାରୀ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି।
ସେହିପରି ଗାଜାରେ ପଣବନ୍ଦୀ ଥିବା ଇସ୍ରାଏଲ୍ ନାଗରିକଙ୍କୁ ଉଦ୍ଧାର ପାଇଁ ଅଭିନବ ପ୍ରୟାସ ଜାରି କରିଛି। ଆକାଶମାର୍ଗରୁ ପ୍ରଚାରପତ୍ର ପକାଇ ଇସ୍ରାଏଲ୍ ସୂଚନା ମାଗିଛି। ପଣବନ୍ଦୀଙ୍କ ସମ୍ପର୍କରେ ସୂଚନା ପୁରସ୍କାର ଓ ସୁରକ୍ଷା ଦେବା ପାଇଁ ଘୋଷଣା କରାଯାଇଛି। ଏହି ପ୍ରଚାରପତ୍ରରେ କୁହାଯାଇଛି ଯେ, ଇସ୍ରାଏଲ୍ ସେନା ଆପଣଙ୍କୁ ତଥା ଆପଣଙ୍କୁ ସୁରକ୍ଷା ଯୋଗାଇବାରେ ସର୍ବାଧିକ ପ୍ରୟାସ କରିବ। ଏମିତି କି ସୂଚନା ଦେଉଥିବା ବ୍ୟକ୍ତିଙ୍କୁ ଆର୍ଥିକ ପୁରସ୍କାର ପାଇବେ।