ନାବାଳିକା ଦୁଷ୍କର୍ମ ଘଟଣା: ଆତ୍ମସମର୍ପଣ କଲେ ସମ୍ପୃକ୍ତ ବାୟୁସେନା ଅଧିକାରୀ

ଓଏଲ୍ ବ୍ୟୁରୋ: ବାୟୁସେନା ଅଧିକାରୀ କୋରିମିଲି ଶ୍ରୀନିବାସ ଆତ୍ମସମର୍ପଣ କରିଥିବା ଖବର ସାମ୍ନାକୁ ଆସିଛି। ଭୁବନେଶ୍ବର ଜେଏମଏଫସି କୋର୍ଟରେ ବାୟୁସେନା ଅଧିକାରୀ କୋରିମିଲି ଶ୍ରୀନିବାସ ଆତ୍ମସମର୍ପଣ କରିଛନ୍ତି। ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।
ଘରେ କେହି ନଥିବା ବେଳେ ଘରେ ପଶି ଦୁଷ୍କର୍ମ କରିଥିଲେ। ଜୁନ ୨୮ରେ ଲକ୍ଷ୍ମୀସାଗର ଥାନାରେ ମାମଲା ହୋଇଥିଲା। ଗିରଫ ପାଇଁ ପୁଲିସ ୨ଥର ରାଜ୍ୟ ବାହାରକୁ ଯାଇଥିଲା। ଏହା ପରେ ଜାମିନ ନାମଞ୍ଜୁର କରିଥିଲେ। ପରେ ଏୟାରଫୋର୍ସ ଗ୍ରୁପ କ୍ୟାପଟେନ କୋରିମିଲି ଶ୍ରୀନିବାସ ଆତ୍ମସମର୍ପଣ କରିଛନ୍ତି।