Odisha Link
Bridging the Missing Links in Odisha

ରାଜଭବନରେ ପହଞ୍ଚିଲେ ନବନିଯୁକ୍ତ ରାଜ୍ୟପାଳ, ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ନୂଆ ରାଜ୍ୟପାଳ ରଘୁବର ଦାସ। ଆଜି ଭୋରୁ ଭୋରୁ ନୂଆ ରାଜ୍ୟପାଳ ରଘୁବର ଦାସ ପୁରୀରେ ପହଞ୍ଚିଥିଲେ। ସେ ଟ୍ରେନ୍‌ ଯୋଗେ ପୁରୀରେ ପହଁଞ୍ଚିଥିବା ବେଳେ ସିଧାସଳଖ ରାଜଭବନ ଯାଇ ବିଶ୍ରାମ ନେଇଥିଲେ। ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏହା ପରେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ରାଜଭବନରେ ପହଞ୍ଚିଛନ୍ତି। ରାଜ୍ୟପାଳ ରଘୁବର ଦାସଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାଗତ କରିଛନ୍ତି।

ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମୁଁ ସୌଭାଗ୍ୟବାନ, ଓଡ଼ିଶାବାସୀଙ୍କ ସେବାର ସୁଯୋଗ ମିଳିଛି। ଏହା ସହ ସେ କହିଛନ୍ତି, ଓଡ଼ିଶାର ଗରିବଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା କଲି। ଓଡ଼ିଶାର ବିକାଶ ସର୍ବୋଚ୍ଚ ପ୍ରାଥମିକତା ଏବଂ ରାଜଭବନର ଦ୍ବାର ଗରିବଙ୍କ ପାଇଁ ସବୁବେଳେ ଖୋଲା ରହିବ। ଆନ୍ଧ୍ରରେ ରେଳ ଦୁର୍ଘଟଣା ଖବର ଅତ୍ୟନ୍ତ ଦୁଃଖଦାୟକ ଅଟେ। ମୃତକଙ୍କ ପରିବାରକୁ ମହାପ୍ରଭୁ ଶକ୍ତି ଓ ସାହସ ଦିଅନ୍ତୁ। ଏହା ସହ ରଥଯାତ୍ରା ଓ ପୁରୀ ସେବାୟତଙ୍କ ପ୍ରଶଂସା କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ପୁରୀରୁ ସିଧାସଳଖ ଭୁବନେଶ୍ୱର ଯାଇ ରାଜଭବନରେ ରାତ୍ରିଯାପନ କରିବେ। ଭୁବନେଶ୍ୱରରେ ମଙ୍ଗଳବାର ସକାଳ ପ୍ରାୟ ୮ଟା ୪୫ମିନିଟରେ ଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ପୂର୍ବାହ୍ନ ପ୍ରାୟ ୧୧ଟା ୪୫ରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ। ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରାୟ ୮୦ଜଣ ବନ୍ଧୁ ଓ ପରିବାର ବର୍ଗ ମଧ୍ୟ ତାଙ୍କ ସହ ଆସିଛନ୍ତି।

ନୂଆ ରାଜ୍ୟପାଳଙ୍କୁ ପ୍ରୋଟୋକଲ ଅନୁଯାୟୀ ଜେଡ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଛି। ସେପଟେ ପୁରୀ ରେଳଷ୍ଟେସନ ଠାରେ ରାଜ୍ୟପାଳଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଜିଲ୍ଲା ବିଜେପିର ସଭାପତି ଆଶ୍ରିତ ପଟ୍ଟନାୟକଙ୍କ ସମେତ ବିଜେପିର ଅନେକ ନେତା ଓ କର୍ମୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି।

ଅକ୍ଟୋବର ୩୧ ଅର୍ଥାତ ଆସନ୍ତା କାଲି ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ। ହାଇକୋର୍ଟର ମୁଖ୍ୟ ବିଚାରପତି ରାଜ୍ୟପାଳଙ୍କୁ ଶପଥ ପାଠ କରାଇବେ। ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ଦାୟିତ୍ବ ନେବେ ରଘୁବର ଦାସ।

Leave A Reply

Your email address will not be published.