ଆକ୍ସନ ମୋଡରେ ଏସଟିଏଫ୍: ଜୀବନ୍ତ ବଜ୍ରକାପ୍ତା ସହ ଅଭିଯୁକ୍ତ ଗିରଫ

ଓଏଲ୍ ବ୍ୟୁରୋ: ଏସଟିଏଫର ଚଢ଼ାଉ ସମୟରେ ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି। ଜୀବନ୍ତ ବଜ୍ରକାପ୍ତା ସହ ଅଭିଯୁକ୍ତକୁ ଏସଟିଏଫ ଗିରଫ କରିଛି। ନୂଆପଡ଼ା ଖରିଆର ବାଙ୍କପୁର ଛକରେ ପୁଲିସ ଗିରଫ କରିଛି। ଅଭିଯୁକ୍ତ ରଞ୍ଜନ ସାହୁର ଘର କଳାହାଣ୍ଡି କଣ୍ଟାମାଳା ଅଞ୍ଚଳରେ ହୋଇଥିବାବେଳେ ଖରିଆର ଜଙ୍ଗଲରୁ ବଜ୍ରକାପ୍ତା ଚୋରା ଚାଲାଣ ହେଉଥିଲା।
ସୂଚନା ଅନୁସାରେ, ପୂର୍ବରୁ ଏସଟିଏଫର ଏକ ଟିମ୍ ଜୟପୁର ବନ ବିଭାଗର ବନ ଅଧିକାରୀ ତଥା କୋରାପୁଟ ଜିଲ୍ଲା ପୁଲିସର ସହାୟତାରେ ଜୟପୁର-ବାଇପାରିଗୁଡା ବାଇପାସ୍ ଅନ୍ତର୍ଗତ ବଇପାରିଗୁଡା ଥାନା ନିକଟସ୍ତ ଖଡ଼ୁପଡାର ଛକ ନିକଟରେ ଚଢ଼ାଉ କରିଥିଲେ। ଏହି ସମୟରେ ବନ୍ୟଜନ୍ତୁ ଅପରାଧୀଙ୍କୁ ଏସଟିଏଫ ଧରିଥିଲେ। ଏହା ପରେ ଏସଟିଏଫ ଖୋଜାଖୋଜି କରିବା ସମୟରେ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲେ।