ଓଡ଼ିଆ ସୁଟର ଶ୍ରୀୟଙ୍କାଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା; ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଏସିଆ ସୁଟିଂ ଚାମ୍ପିଅନସିପରେ ସଫଳତା ମିଳିବା ପରେ ଯୋଗ୍ୟତା ମିଳିଛି

ଓଏଲ୍ ବ୍ୟୁରୋ: ଓଡ଼ିଆ ତାରକା ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା ମିଳିଛି। ପ୍ୟାରିସ ଅଲିମ୍ପିକ୍ସ ପାଇଁ ଶ୍ରୀୟଙ୍କା ଷଡ଼ଙ୍ଗୀ ଯୋଗ୍ୟତା ଅର୍ଜନ କରିଛନ୍ତି। ୫୦.ମି ରାଇଫଲ ଥ୍ରୀ ପୋଜିସନରେ ଦଳଗତ ସ୍ୱର୍ଣ ହାସଲ କରିଥିଲେ। କୋରିଆରେ ଏସିଆ ସୁଟିଂ ଚାମ୍ପିଅନସିପରେ ସଫଳତା ମିଳିବା ପରେ ଯୋଗ୍ୟତା ମିଳିଛି।
ଯୋଗ୍ୟତା ଅର୍ଜନ ପାଇଁ ଓଡ଼ିଆ ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ସେ ତାଙ୍କ ଖେଳ କ୍ୟାରିୟରରେ ନୂତନ ମାଇଲଖୁଣ୍ଟ ହାସଲ କରି ଦେଶକୁ ଗର୍ବିତ କରନ୍ତୁ ବୋଲି ଟ୍ୱିଟ ମାଧ୍ୟମରେ ଉଲ୍ଲେଖ କରିଛନ୍ତି। ଭବିଷ୍ୟତର ପ୍ରୟାସ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।