Odisha Link
Bridging the Missing Links in Odisha

୫ ଜିଲ୍ଲାରେ ଆରମ୍ଭ ହେବ ପାଇଲଟ୍ ପ୍ରୋଜେକ୍ଟ; ଡିଗ୍ରୀ କଲେଜରୁ ଅଲଗା ହେବ +୨ କଲେଜ

ଓଏଲ୍‌ ବ୍ୟୁରୋ: ଯୁକ୍ତ ଦୁଇ କଲେଜକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥର ଡିଗ୍ରୀ କଲେଜରୁ ଅଲଗା ହେବ ଯୁକ୍ତଦୁଇ କଲେଜ। ୫ ଜିଲ୍ଲାରେ +୨ କଲେଜ ନିକଟସ୍ଥ ହାଇସ୍କୁଲକୁ ସ୍ଥାନାନ୍ତର ହେବ। କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ଥିବା ଡିଗ୍ରୀ କଲେଜ୍ ଗୁଡ଼ିକରୁ ଯୁକ୍ତ ଦୁଇ କଲେଜକୁ ପ୍ରଥମ ପର୍ଯ୍ୟାୟରେ ଅଲଗା କରାଯିବ। ନିକଟରେ ଥିବା ହାଇସ୍କୁଲ କିମ୍ବା ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯିବ।

ସେହିପରି ଅବସରପ୍ରାପ୍ତ ବା ଅତିଥି ଅଧ୍ୟାପକଙ୍କୁ ଅସ୍ଥାୟୀ ନିଯୁକ୍ତି ଦିଆଯିବ। ଅବସର ପ୍ରାପ୍ତ ଅଧ୍ୟାପକ, ଗେଷ୍ଟ ଫାକଲଟି ନିଯୁକ୍ତ କରି ଶିକ୍ଷକ ମରୁଡି ସମସ୍ୟାର ଦୂର କରିବା ପାଇଁ ଆଭିମୁଖ୍ୟ ଗ୍ରହଣ କରାଯାଇଥିବାବେଳେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.