ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍ ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ଓଏଲ୍ ବ୍ୟୁରୋ: ଆନନ୍ଦପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ଟ୍ରକ୍ ଧକ୍କାରେ ୩ ବାଇକ୍ ଆରୋହୀ ଜୀବନ ଚାଲିଯାଇଛି। ମୃତକଙ୍କ ମଧ୍ୟରେ ଜଣେ ଯୁବତୀ ଓ ୨ ଯୁବକ ଥିବା ସୂଚନା ରହିଛି। ୨୦ନଂ ଜାତୀୟ ରାଜପଥ ବାରିଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବାବେଳେ ସମସ୍ତ ମୃତକ ଯାଜପୁର ବାରାଗଡ଼ିଆ ଅଞ୍ଚଳର ହୋଇଥିବା ସୂଚନା ରହିଛି।