ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ପରିକ୍ରମା ପ୍ରକଳ୍ପ ପୂଜନ ଓ ପ୍ରତିଷ୍ଠା ନେଇ ବାଜିଲା ମୋହର

ଓଏଲ୍ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ଏହାରି ମଧ୍ୟରେ ଏହି କାର୍ଯ୍ୟର ସମୀକ୍ଷା କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଏହା ପରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି। ପରିକ୍ରମା ପ୍ରକଳ୍ପ ପୂଜନ ଓ ପ୍ରତିଷ୍ଠା ନେଇ ବାଜିଲା ମୋହର। ଚାରିଦ୍ୱାରରେ ଯଜ୍ଞ ଓ ଭଜନ କୀର୍ତ୍ତନ କରାଯିବ। ଐଶାନ୍ୟ କୋଣରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ହେବ। ଗୁରୁକୁଳ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ସେବକଙ୍କ ପାଇଁ ୫ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା ପ୍ରସ୍ତାବ ମଧ୍ୟ ଦିଆଯାଇଛି।
ସୂଚନା ଅନୁସାରେ, ପୂର୍ବରୁ ଗଜପତି ମହାରାଜା ଦିବ୍ୟସିଂହ ଦେବ କାର୍ଯ୍ୟର ଅଗ୍ରଗତି ଏବଂ କେବେ ସରିବ, ସେନେଇ ଆଲୋଚନା କରିଛନ୍ତି। ଗଜପତି ମହାରାଜ କାର୍ଯ୍ୟର ସମୀକ୍ଷା କରିବା ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଉପସ୍ଥିତ ରହିଥିଲେ। ଗଜପତି ମହାରାଜ କାର୍ଯ୍ୟର ସମୀକ୍ଷା କରିବା ସହ ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ହେବ ବୋଲି କହିଛନ୍ତି। ଶ୍ରୀସେତୁ, ଜଗନ୍ନାଥ ବଲ୍ଳଭ ପାର୍କିଂ କାର୍ଯ୍ୟ ଅନୁଧ୍ୟାନ କରିବା ଗଜପତି ମହାରାଜ ସୂଚନା ଦେଇଛନ୍ତି।