Odisha Link
Bridging the Missing Links in Odisha

ନଭେମ୍ବର ୧୨ରେ ଦୀପାବଳୀ; ଜାଣନ୍ତୁ ଏହି ଦିବସର ମହତ୍ତ୍ୱ

ଓଏଲ୍‌ ବ୍ୟୁରୋ: ଆସନ୍ତା ନଭେମ୍ବର ୧୨ରେ ଆଲୋକର ପର୍ବ ଦୀପାବଳୀ ପାଳନ କରାଯିବ। ଏହି ଦିନ ଧନଧାତ୍ରୀ ମା ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନ କରାଯାଏ। ମା ଲକ୍ଷ୍ମୀଙ୍କ ପାଖେ ପୂଜା କରି ଧନ ବୃଦ୍ଧି, ସମୃଦ୍ଧି ଓ ଶାନ୍ତି ପାଇଁ ପୂଜାର୍ଚ୍ଚନା କରାଯାଏ। ଚଳିତ ବର୍ଷ ଦୀପାବଳି ଦିନ ସକାଳେ ସ୍ନାନ କରିବା ତର୍ପଣ ଓ ସନ୍ଧ୍ୟାରେ ଅଗଣାରେ ଦୀପ ଜଳାଇବା ଓ ଦାନ କରିବାର ବଡ଼ ମହତ୍ବ ରହିଛି।

କୁହାଯାଏ ବୃହସ୍ପତି ଜ୍ଞାନ ଓ ଶନି ଧନ-ସମ୍ପତ୍ତିର କାରକ ବୋଲି। ଦୀପାବଳୀରେ ଗୁରୁ-ଶନିର ସ୍ବରାଶି ରହିବା ଫଳରେ ବହୁ ଲୋକଙ୍କ ଭାଗ୍ୟ ଚମକିଥାଏ। ଏହି ଦୀପାବଳି ବହୁ ଶୁଭ ସଙ୍କେତ ନେଇ ଆସିବ। ଜ୍ୟୋତିଷଙ୍କ ମତରେ ୧୦ ନଭେମ୍ବରରୁ ୧୪ ନଭେମ୍ବର ପର୍ଯ୍ୟନ୍ତ ସର୍ବାର୍ଥ ସିଦ୍ଧି ଯୋଗ ମଧ୍ୟ ରହିଛି।

ଦୀପାବଳୀ, ଧନତେରସ ଓ ସର୍ବାର୍ଥ ସିଦ୍ଧି ଯୋଗ ଭିତରେ କିଣାବିକା କରିବା ଅତ୍ୟନ୍ତ ଶୁଭ ରହିବ। ବିଶେଷ ଭାବରେ କୌଣସି ବାହାନ କିଣାବିକା କିମ୍ବା ବେପାରର ଶୁଭାରମ୍ଭ ପାଇଁ ଏହି ସମୟ ଖୁବ୍ ଭଲ ରହିବ ବୋଲି ଜ୍ୟୋତିଷ ଶାସ୍ତ୍ର ଦ୍ୱାରା ବିବେଚନା କରାଯାଇଛି।

Leave A Reply

Your email address will not be published.