Odisha Link
Bridging the Missing Links in Odisha

ବାହାନଗା ରେଳ ଦୁର୍ଘଟଣାକୁ ପୂରିଲା ୪ ମାସ; ଘରକୁ ଫେରିବେ ଚିକିତ୍ସାରତ ଶେଷ ଆହତ

ଓଏଲ୍‌ ବ୍ୟୁରୋ: ବାଲେଶ୍ବରର ବାହାନଗାରେ ହୋଇଥିବା ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାକୁ ୫ ମାସ ପୂରି ସାରିଛି। ଦୀର୍ଘ ୫ ମାସ ପରେ ବାହାନଗା ଦୁର୍ଘଟଣାର ଶେଷ ଆହତ କଟକ ବଡ ମେଡିକାଲରୁ ଡିସଚାର୍ଜ ହେବେ। ଆହତ ଜଣଙ୍କ ବିହାର ବାଙ୍କାର ବଜରଙ୍ଗୀ ଠାକୁର। ଦୁର୍ଘଟଣାରେ ବଜରଙ୍ଗୀଙ୍କ ଗୋଡ଼ କଟିଯାଇଥିଲା। କଟା ଗୋଡ଼କୁ ଅଲଗା କରି କୃତ୍ରିମ ଗୋଡ଼ ଲଗାଯାଇଛି।

ସୂଚନାଥାଉକି, ଜୁନ୍‌ ୨ ତାରିଖରେ ବାଲେଶ୍ବର ଜିଲ୍ଲା ବାହାନଗାରେ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଥିଲା। ଯାହା ସାରା ବିଶ୍ବକୁ ସ୍ତବ୍ଧ କରିଦେଇଥିଲା। ସେଦିନ ରାତି ସମୟରେ ହାୱାଡ଼ାରୁ ଚେନ୍ନାଇ ଅଭିମୁଖେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍‌ ଲୋପ୍‌ ଲାଇନ୍‌ରେ ଛିଡ଼ା ହୋଇଥିବା ମାଲ୍‌ବାହୀ ଟ୍ରେନ୍‌କୁ ଧକ୍କା ଦେଇ ଅନ୍ୟ ଏକ ଟ୍ରାକ୍‌ ଅଭିମୁଖେ ଆସୁଥିବା ୟଶବନ୍ତ ଏକ୍ସପ୍ରେସ୍‌ ଉପରେ ପଡ଼ିଥିଲା। ଯାହାଫଳରେ ୨୯୪ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ୧୦୦୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଥିଲେ।

Leave A Reply

Your email address will not be published.