Odisha Link
Bridging the Missing Links in Odisha

ଶ୍ରୀଲଙ୍କାକୁ ହରାଇଲା ନ୍ୟୁଜିଲାଣ୍ଡ; ବିଶ୍ବକପ୍‌ରୁ ବାଦ୍ ପଡ଼ିଲା ପାକିସ୍ତାନ !

ଓଏଲ୍‌ ବ୍ୟୁରୋ: କର ବା ମର ମ୍ୟାଚରେ ଶ୍ରୀଲଙ୍କାକୁ ହରାଇ ସେମି ଫାଇନାଲ ମୁକାବିଲା ପାଇଁ ୯୯% ସ୍ଥାନ ପକ୍କା କଲା ନ୍ୟୁଜିଲାଣ୍ଡ। ଶ୍ରୀଲଙ୍କାକୁ ୫ ଓ୍ବିକେଟରେ ମାତ୍‌ ଦେଇ ବିଜୟୀ ହୋଇଛି ନ୍ୟୁଜିଲାଣ୍ଡ। ବିଶ୍ବକପ୍‌ର ସେମି ଦୌଡ଼ରୁ ଶ୍ରୀଲଙ୍କା ପୂର୍ବରୁ ବାଦ ପଡ଼ିଥିବା ବେଳେ ଆଜିର ମୁକାବିଲା ନ୍ୟୁଜିଲାଣ୍ଡ ପାଇଁ ଗୁରୁତ୍ବପୂର୍ଣ୍ଣ ଥିଲା। ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।

ଚଳିତ ବିଶ୍ବକପ୍‌ର ୪୧ ତମ ମ୍ୟାଚ୍‌ ଆଜି ବେଙ୍ଗାଲୁରୁରେ ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିଲା। ପ୍ରଥମେ ଶ୍ରୀଲଙ୍କା ଦଳ ବ୍ୟାଟିଂ କରି ୪୬ ଓଭର ୪ଟି ବଲରେ ସମସ୍ତ ଓ୍ବିକେଟ ହରାଇ ମୋଟ ୧୭୧ ରନ୍‌ କରିଥିଲା। ୧୭୨ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛାକରି ନ୍ୟୁଜିଲାଣ୍ଡ ଦଳ ୨୩ ଓଭର ୨ଟି ବଲ୍‌ରେ ୫ ଓ୍ବିକେଟ ହରାଇ ବିଜୟି ହୋଇଥିଲା। ନ୍ୟଜୁିଲାଣ୍ଡ ଏହି ବୃହତ ବିଜୟ ସହିତ ଭଲ ରନ୍‌ ରେଟ୍‌ ସହିତ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି। କହିବାକୁ ଗଲେ ଏକପ୍ରକାର ସେମିରେ ନ୍ୟୁଜିଲାଣ୍ଡ ଦଳ ପ୍ରବେଶ କରିଛି। କାରଣ ପାକିସ୍ତାନ ତାର ଶେଷ ମୁକାବିଲା ଜିତିଲେ ସୁଦ୍ଧା ରନ୍‌ ରେଟ୍‌ରେ ପଛରେ ପଡ଼ିବ। ସେହିପରି ଆଫଗାନିସ୍ତାନ ତାର ଶେଷ ମୁକାବିଲା ଜିତିଲେ ସୁଦ୍ଧା ରନ୍‌ ରେଟ୍‌ ହାରରେ ନ୍ୟୁଜିଲାଣ୍ଡଠୁ ବହୁତ ପଛରେ ରହିବ।

ପାକିସ୍ତାନ ତାର ଶେଷ ମୁକାବିଲା ଇଂଲଣ୍ଡ ସହିତ ଖେଳିବ। ଯଦି ସେହି ମୁକାବିଲାରେ ବୃହତ ବ୍ୟବଧାନରେ ପାକିସ୍ତାନ ବିଜୟୀ ହୁଏ ତେବେ ରନ୍‌ ରେଟ୍‌ ହାରରେ ୪ର୍ଥ ସ୍ଥାନ ପାଇଁ ମୁକାବିଲା ହେବ। ଯେଉଁ ଦଳର ରନ୍‌ ରେଟ୍‌ ଭଲ ଥିବ ସେହି ଦଳ ସେମି ଫାଇନାଲକୁ ୪ର୍ଥ ଦଳ ଭାବେ ପ୍ରବେଶ କରିବ। ଆଉ ଭାରତ ସହିତ ଖେଳିବ।

Leave A Reply

Your email address will not be published.