ରେଳ ଦୁର୍ଘଟଣା ପରେ ଟ୍ରେନ୍ ବାତିଲ: ଆଜି ଗଡ଼ିବନି ସମ୍ବଲପୁର-ଝାରସୁଗୁଡ଼ା ମେମୁ ଟ୍ରେନ୍

ଓଏଲ୍ ବ୍ୟୁରୋ: ଆଜି ଗଡ଼ିବନି ସମ୍ବଲପୁର-ଝାରସୁଗୁଡ଼ା ମେମୁ ଟ୍ରେନ୍। ସମ୍ବଲପୁର-ଝାରସୁଗୁଡ଼ା ମଝିରେ ଟ୍ରେନ ଲାଇନଚ୍ୟୁତ ହେବା ପରେ ଟ୍ରେନ ବାତିଲ ହୋଇଛି। କାଲିର ଦୁର୍ଘଟଣା ପରେ ଦିନକ ପାଇଁ ମେମୁ ଟ୍ରେନ୍ ବାତିଲ କରାଯାଇଛି। ଏନେଇ ସମ୍ବଲପୁର ରେଲ୍ ଡିଭିଜନ ପକ୍ଷରୁ ସୂଚନା ଜାରି ହୋଇଛି।
ଖବର ଅନୁସାରେ, ଗତକାଲି ସମ୍ବଲପୁର-ଝାରସୁଗୁଡ଼ା ମଝିରେ ଟ୍ରେନ ଲାଇନଚ୍ୟୁତ ହୋଇଥିଲା। ଟ୍ରେନ୍ରେ ଖଚାଖଚ ଭିଡ଼ ଥିଲା। ସରଲା ନିକଟରେ ଗୋଟିଏ ମଇଁଷି ଟ୍ରାକ୍ ଅତିକ୍ରମ କରୁଥିଲା। ସେହି ସମୟରେ ମେମୋ ଟ୍ରେନ୍ଟି ମଇଁଷିକୁ ଧକ୍କା ଦେଇଥିଲା। ଯାହାଫଳରେ ଗୋଟିଏ ବଗି ଲାଇନ୍ଚ୍ୟୁତ ହୋଇଥିଲା। ବଗିରେ ଥିବା ସବୁ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଦୁର୍ଘଟଣା ହୋଇଥିବା ବଗିକୁ ପ୍ରଥମ ଅଲଗା କରାଯାଇଥିଲା। ତା’ପରେ ଟ୍ରେନ୍ଟି ସମ୍ୱଲପୁର ଅଭିମୁଖେ ଯାତ୍ରା କରିଥିବା ଜଣାପଡ଼ିଥିଲା।