ଦିଲ୍ଲୀରେ ବଢିଛି ବାୟୁ ପ୍ରଦୂଷଣ; ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲେ ଦିଲ୍ଲୀ ସରକାର
ଓଏଲ୍ ବ୍ୟୁରୋ: ଦିଲ୍ଲୀରେ ଚିନ୍ତା ବଢ଼ାଉଛି ବାୟୁ ପ୍ରଦୂଷଣ। ଭାରତର ରାଜଧାନୀରେ ପ୍ରଦୂଷଣର ଭୟ ବଢିଛି। ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ଦିଲ୍ଲୀବାସୀ। ଦିଲ୍ଲୀରେ ବାୟୁ ପ୍ରଦୂଷଣ ରୋକିବା ପାଇଁ କୃତ୍ରିମ ବର୍ଷା କରାଯିବାକୁ ନିଷ୍ପତି ନିଆଯାଇଥିବାବେଳେ କାଲି ରାତିରେ ହାଲୁକା ବର୍ଷା ହୋଇଛି। ପାଗରେ ପରିବର୍ତ୍ତନ ହେବାରୁ ବାୟୁ ପ୍ରଦୂଷଣରୁ ଦିଲ୍ଲୀବାସୀଙ୍କୁ ଆଶ୍ୱସ୍ତି ମିଳିଛି।
ଅନ୍ୟପଟେ, ଦିଲ୍ଲୀ ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟରେ ଦିଲ୍ଲୀ ସରକାର ସତ୍ୟପାଠ ଦାଖଲ କରିଛନ୍ତି। ବାୟୁ ପ୍ରଦୂଷଣ ରୋକିବା ପାଇଁ ପଦକ୍ଷେପ ସଂପର୍କରେ ଅବଗତ କଲେ। ଅଡ୍ ଇଭିନର ସକରାତ୍ମକ ପ୍ରଭାବ ପଡ଼ିଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ସଡ଼କ ପଥରେ ଭିଡ଼ କମିବା ସହ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର ବଢ଼ିଛି। ଇନ୍ଧନ ବ୍ୟବହାର ୧୫ ପ୍ରତିଶତ କମିଥିବା ସତ୍ୟପାଠରେ ଉଲ୍ଲେଖ ରହିଛି।