ଭୟଙ୍କର ଅଗ୍ନିକାଣ୍ଡ: ଚାଲିଗଲା ୬ ଜଣଙ୍କ ଜୀବନ

ଓଏଲ୍ ବ୍ୟୁରୋ: ହାଇଦ୍ରାବାଦର ନାମପାଲ୍ଲୀ ବଜାରଘାଟରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଆବ ଖବର ସାମ୍ନାକୁ ଆସିଛି। ଆପାର୍ଟମେଣ୍ଟରେ ଥିବା ଗୋଦାମରେ ନିଆଁ ଲାଗି ଯାଇଛି। ନିଆଁ ଲାଗି ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ତେବେ ପ୍ରାଣ ହରାଇଥିବା ୬ ଜଣଙ୍କୁ ନେଇ ସ୍ଥାନୀୟ ବ୍ୟକ୍ତି ଦୁଃଖ ପ୍ରକାଶ କରିଛନ୍ତି। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ଟିମ୍ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ରହିଛନ୍ତି।