Odisha Link
Bridging the Missing Links in Odisha

ନିର୍ବାଚନୀ ଅନିୟମିତତା ମାମଲା: ୧୦ ହଜାର ଟଙ୍କାର ତଣ୍ଡ ଗଣିବେ ବିଧାୟକ

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଅଙ୍କକଷା ଦଳ ଆରମ୍ଭ କରିଛନ୍ତି। ଏସବୁ ମଧ୍ୟର ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ରାଜ୍ୟରେ ରାଜନୈତିକ ବାତାବରଣ ଉଷ୍ମ କରିଥିଲା କଂଗ୍ରେସର ନିଷ୍ପତ୍ତି। କାରଣ କଟକ-ବାରବାଟୀ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳଙ୍କୁ ଦଳରୁ କଂଗ୍ରେସ ନିଲମ୍ବିତ କରିଥିଲା। ଏହା ପରେ ହାଇକୋର୍ଟ ୨୦୧୯ ନିର୍ବାଚନୀ ଅନିୟମିତତା ମାମଲାର ଶୁଣାଣି କରିଛନ୍ତି। ହାଇକୋର୍ଟ ନିର୍ଦ୍ଦେଶ ଅନୁସାରେ ୧୦ ହଜାର ଟଙ୍କାର ତଣ୍ଡ ଦେବେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ। ତେବେ ଏହି ମାମଲାର ଏକ ପ୍ରକାର ଅନ୍ତ ଘଟିଥିବା ସ୍ପଷ୍ଟ ହୋଇଛି।

Leave A Reply

Your email address will not be published.