ହତ୍ୟା ପାଇଁ ଡିଲ୍ ହୋଇଥିଲା ୬ ଲକ୍ଷ; ଘଟଣାର ପର୍ଦ୍ଦାଫାସ କଲେ ଢେଙ୍କାନାଳ ଏସ୍ପି
ଓଏଲ୍ ବ୍ୟୁରୋ: କାମାକ୍ଷାନଗର ଖଣି ବ୍ୟବସାୟୀ ନିରଞ୍ଜନ ସାହୁ ହତ୍ୟା ଘଟଣାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ହତ୍ୟାକାରୀ ୨ ସୁପାରୀ କିଲରଙ୍କୁ ପୁଲିସ ଗିରଫ କରିଛି। ତେବେ ଏହି ଘଟଣାକୁ ନେଇ ପୁଲିସର ତନାଘନା ପରେ ଢେଙ୍କାନାଳ ଏସ୍ପି ଘଟଣାର ପର୍ଦ୍ଦାଫାସ କରିଛନ୍ତି।
ସୂଚନା ଅନୁସାରେ, ନିରଞ୍ଜନଙ୍କୁ ହତ୍ୟା ପାଇଁ ୬ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା ବୋଲି ଘଟଣାର ପର୍ଦ୍ଦାଫାସ କରି ଢେଙ୍କାନାଳ ଏସ୍ପି କହିଛନ୍ତି। ଦୀପକ ମାହୁନ୍ତ ହତ୍ୟାର ପ୍ରତିଶୋଧ ପାଇଁ ହତ୍ୟାକାଣ୍ଡ ଘଟିଥିଲା। ପୂର୍ବରୁ ଦୀପକଙ୍କ ପୁଅ ଗିରଫ ହୋଇଥିଲା ତେବେ ଏହି ଘଟଣାରେ ସମ୍ପୃକ୍ତ ଆଉ ୨ ଜଣ ଗିରଫ ହେବା ପରେ ଗିରଫଦାରୀ ସଂଖ୍ୟା ୩କୁ ବୃଦ୍ଧି ପାଇଛି।