ବୋରୱେଲ ଟ୍ରାଜେଡି: ରେସ୍କ୍ୟୁ ଅପରେସନ ପରେ ଜୀବନ ଯୁଦ୍ଧରେ ହାରିଗଲେ ବୃଦ୍ଧା
ଓଏଲ୍ ବ୍ୟୁରୋ: ସୁବର୍ଣ୍ଣପୁର କଇଁଫୁଲ ଗାଁରେ ଗଭୀର ବୋରୱେଲ୍ରେ ଜଣେ ବୃଦ୍ଧା ଖସି ପଡିଥିବା ଜଣା ପଡିଥିଲା। ୨୦ ଫୁଟ୍ ଗଭୀର ବୋରୱେଲ୍ରେ ବୃଦ୍ଧା ଫସିରହି ନିଜ ଜୀବନ ସହ ସଂଘର୍ଷ କରୁଥିଲେ। ସୁବର୍ଣ୍ଣପୁର କଇଁଫୁଲ ଗାଁରେ ବୋରୱେଲ୍ ଟ୍ରାଜେଡି ହୋଇଥିଲା। ୬ ଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ବୃଦ୍ଧା ଉଦ୍ଧାର ହୋଇଥିଲେ। ସମାନ୍ତରାଳ ଭାବେ ଆଉ ଏକ ଗାତ ଖୋଳି ଅଗ୍ନିଶମ ଟିମ୍ ଦ୍ୱାରା ଉଦ୍ଧାର କରାଗଲା। ଉଦ୍ଧାର ପରେ ବୃଦ୍ଧାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ନିଆଯାଇଥିଲା। ବୃଦ୍ଧାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି।
ସୂଚନା ଅନୁସାରେ, ୨୦୨୨ ଡିସେମ୍ବର ୬ ତାରିଖରେ ବୋରୱେଲ୍ରେ ଜଣେ ଶିଶୁ ଫସିଯାଇଥିଲା। ଉଦ୍ଧାରକାରୀ ଦଳଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ଜୀବନ ଯୁଦ୍ଧରେ ହାରିଯାଇଥିଲା ୮ ବର୍ଷର ବାଳକ ତନ୍ମୟ ସାହୁ। ମଧ୍ୟପ୍ରଦେଶର ବୈତୂଲ ଜିଲ୍ଲା ଅନ୍ତର୍ଗତ ମାଣ୍ଡବୀ ଗ୍ରାମସ୍ଥିତ ୪୦୦ ଫୁଟ୍ ଗଭୀର ବୋରୱେଲରେ ପଡିଯାଇଥିଲା। ଏହାପରେ ଏହି ଖବର ଜିଲ୍ଲା ପ୍ରଶାସନ ଓ ପୋଲିସ ପାଖରେ ପହଞ୍ଚିବା ପରେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଥିଲା। ବହୁ ଚେଷ୍ଟା ଜାରି ପରେ ଉଦ୍ଧାର ହୋଇ ତନ୍ମୟ ମୃତ୍ୟୁ ହୋଇଥିଲା।