Odisha Link
Bridging the Missing Links in Odisha

ଲୁଟେରାଙ୍କ ଜଘନ୍ୟକାଣ୍ଡ; ସିସିଟିଭିରେ କଏଦ ହେଲା ଲୁଟ୍ ବେଳର ଦୃଶ୍ୟ

ଓଏଲ୍‌ ବ୍ୟୁରୋ: ମାତିଛନ୍ତି ଦୁର୍ବୃତ୍ତ। ଆଜିକାଲି ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା ଦେଉଛନ୍ତି। ତେବେ ଏଥର ଭରତପୁର ସ୍ଥିତ ଏକ ଆପାର୍ଟମେଣ୍ଟ ଘରୁ ଚୋରି ହୋଇଛି।

ବଦ୍ରିନାଥ ଯାଇଥିବା ବେଳେ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବପତ୍ର ଚୋରି ଅଭିଯୋଗ ହୋଇଛି। ତେବେ ସିସିଟିଭିରେ ଲୁଟ୍ ବେଳର ଦୃଶ୍ୟ କଏଦ ହୋଇଥିବାବେଳେ ଭରତପୁର ଥାନାରେ ଏତଲା ଦିଆଯାଇଛି। ଘରୁ ୫ଲକ୍ଷ ଟଙ୍କାର ସୁନାଗହଣା ଓ ଜିନିଷପତ୍ର ଚୋରି ହୋଇଛି।

Leave A Reply

Your email address will not be published.