Odisha Link
Bridging the Missing Links in Odisha

କ୍ରିପ୍ଟୋ ସ୍କାମ୍‌ ମାମଲା: ମାଷ୍ଟରମାଇଣ୍ଡକୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଓଏଲ୍‌ ବ୍ୟୁରୋ: ଆଜିକାଲି ବିଭିନ୍ନ ଉପାୟ ଅବଲମ୍ବନ କରି ଠକମାନେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ବ୍ୟାଙ୍କ ସାମ୍ନାରୁ ମାରଣାସ୍ତ୍ର ଦେଖାଇ ତ କେତେବେଳେ ଅନଲାଇନ ଠକେଇ। ତେବେ ଅନଲାଇନ୍ କ୍ରିପ୍ଟୋ ପୋଞ୍ଜି ସ୍କାମ୍‌ର ମୁଖ୍ୟ ସନ୍ଦୀପ ଚୌଧୁରୀ ଗିରଫ ହୋଇଥିବା ଜଣା ପଡିଛି। ସନ୍ଦୀପଙ୍କୁ ରାଜସ୍ଥାନ ଜୟପୁରରୁ କ୍ରାଇମବ୍ରାଞ୍ଚ ଗିରଫ କରିଛି।

ଏସ୍‌ ୱାର୍ଲ୍ଡ କ୍ରିପ୍ଟୋ ଟୋକନ’ର ମୁଖ୍ୟ ଭାବେ ଠକେଇ କରୁଥିଲେ। ଦେଶ ଛାଡ଼ିବା ଆଶଙ୍କାରେ ଲୁକ୍‌ ଆଉଟ ସର୍କୁଲାର ଜାରି ହୋଇଥିଲା। ଦୁବାଇ ପଳାଇବା ଯୋଜନା ବେଳେ ବିମାନବନ୍ଦରରେ ଅଟକାଇଲା। ସୂଚନା ପାଇ ଓଡ଼ିଶା ଇଓଡବ୍ଲୁ ଗିରଫ କରି ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଲା। କେବଳ ଓଡ଼ିଶାରେ ୮୦ ହଜାର ଲୋକଙ୍କୁ ଠକିଥିବା ସୂଚନା ରହିଛି। ଉକ୍ତ ସ୍କାମ୍‌ରେ ସାରା ଦେଶରେ ୨.୫ ଲକ୍ଷ ମେମ୍ବର ଥିବା ସୂଚନା ରହିଛି।

Leave A Reply

Your email address will not be published.