ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା; କାଲି କରିବ ଲ୍ୟାଣ୍ଡଫଲ

ଓଏଲ୍ ବ୍ୟୁରୋ: ବଙ୍ଗୋପସାଗରରେ ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି। ବାତ୍ୟା ମିଢିଲିର ରୂପ ନେଲା ଗଭୀର ଅବପାତ। ବାତ୍ୟାର ରୂପ ନେବାପରେ ତାହା ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରୁଛି। ଉପକୂଳ ମୁହାଁ ହେଲା ବେଳକୁ ଏହା ଦୁର୍ବଳ ହୋଇ ବାଂଲାଦେଶର ମୋଙ୍ଗଲା ଓ ଖେପୁପରା ନିକଟରେ ସ୍ଥଳଭାଗ ଅତିକ୍ରମ କରିପାରେ। ଏହାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
ଏହା ସହ ଅବପାତ ପ୍ରଭାବ ଓଡ଼ିଶାକୁ ବେଶୀ ନଥିବା କହିଲେ ଆଇଏମଡି ଡିଜି କହିଛନ୍ତି। ଅବପାତ ଆନ୍ଧ୍ର ଉପକୂଳରୁ ଦୂରରେ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିଛି। ପ୍ରଭାବରେ ଆଜି ସନ୍ଧ୍ୟାରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲି ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟମ ବର୍ଷା ସମ୍ଭାବନା ରହିଛି। ପୁରୀ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ବାତ୍ୟା ବାଂଲାଦେଶ ଉପକୂଳରେ ଲ୍ୟାଣ୍ଡଫଲ୍ କରିବ। ୧୮ ତାରିଖ ଭୋର୍ ସମୟରେ ଏହା ଲ୍ୟାଣ୍ଡଫଲ୍ କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସମୁଦ୍ର ଅଶାନ୍ତ ଯୋଗୁଁ କାଲିଠୁ ମତ୍ସ୍ୟଜୀବିଙ୍କୁ ସମୁଦ୍ର ବାରଣ କରାଯାଇଛି।