Odisha Link
Bridging the Missing Links in Odisha

ଆସନ୍ତାକାଲିଠୁ ବିଧାନସଭା ଅଧିବେଶନ; ସୁରକ୍ଷା ଯାଞ୍ଚ କଲେ ଡିଜିପି

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ। ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେଉଛି ଶେଷ ଶୀତ ଅଧିବେଶନ। ନଭେମ୍ବର ୨୧ ତାରିଖରୁ ଶୀତ ଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ। ଏନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ସୂଚନା ଦିଆଯାଇଥିଲା।

ବିଧାନସଭା ଅଧିବେଶନ ପୂର୍ବରୁ ସୁରକ୍ଷା ଯାଞ୍ଚ କଲେ ଡିଜିପି। ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପରେ ଡିଜିପି ସୁନୀଲ ବଂଶଲ ସୂଚନା ଦେଇ କହିଛନ୍ତି, ବିଧାନସଭା ସୁରକ୍ଷା ପାଇଁ ୨୮ ପ୍ଲାଟୁନ ପୁଲିସ ଫୋର୍ସ ରହିବେ। ଡିସିପିଙ୍କ ତତ୍ତ୍ୱାବଧାନରେ ୮ ଅତିରିକ୍ତ ଡିସିପି, ୧୬ ଏସିପି ରହିବେ। କ୍ୟୁଆରଟି, ବୋମା ସ୍କ୍ୱାଡ୍ ଓ ୨୦ ଇନସ୍ପେକ୍ଟର ମୁତୟନ ହେବେ। ସିସିଟିଭି ନଜରରେ ରହିବ ବିଧାନସଭା। ଆବଶ୍ୟକ ସ୍ଥଳେ ଡ୍ରୋନ୍‌ର ସହାୟତା ନିଆଯିବ ବୋଲି ଡିଜିପି ସୁନୀଲ ବଂଶଲ ସୂଚନା ଦେଇଛନ୍ତି।

ଆସନ୍ତାକାଲିଠାରୁ ବିଧାନସଭାର ଶୀତ ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ କରାଯିବ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହ ସୁରୁଖୁରୁରେ ଚଳାଇବା ନେଇ ଆଲୋଚନା ହେବ। ଚଳିତ ଶୀତକାଳୀନ ଅଧିବେଶନରେ ମୋଟ୍‌ ୩୩ଟି କାର୍ଯ୍ୟ ଦିବସ ରହିବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି।

Leave A Reply

Your email address will not be published.