Odisha Link
Bridging the Missing Links in Odisha

ଖୁବଶୀଘ୍ର ମାଓମୁକ୍ତ ହେବ ଓଡ଼ିଶା! ବାଇକରେ ପାଟ୍ରୋଲିଂ କରିବ ଓଡ଼ିଶା ପୁଲିସ

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ। ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେଉଛି ଶେଷ ଶୀତ ଅଧିବେଶନ। ନଭେମ୍ବର ୨୧ ତାରିଖରୁ ଶୀତ ଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ। ବିଧାନସଭା ଅଧିବେଶନ ପୂର୍ବରୁ ସୁରକ୍ଷା ଯାଞ୍ଚ କଲେ ଡିଜିପି।

ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ସମୟରେ ପୁଲିସ ଡିଜି କହିଛନ୍ତି, ଖୁବଶୀଘ୍ର ମାଓମୁକ୍ତ ହେବ ଓଡ଼ିଶା। ଓଡ଼ିଶା ପୁଲିସ ବାଇକରେ ପାଟ୍ରୋଲିଂ କରିବ। ୩୫୦ଟି ବାଇକରେ ପୁଲିସ ପେଟ୍ରୋଲିଂ କରିବ। ଏସଓଜି ଯବାନଙ୍କୁ ଏସବୁ ବାଇକ ପ୍ରଦାନ କରାଯିବ। ଏବେ ୧୦ଟି ଜିଲ୍ଲାରେ ମାଓବାଦୀଙ୍କ ଗତିବିଧି ରହିଛି ବୋଲି ପୁଲିସ ଡିଜି କହିଛନ୍ତି।

ଏହା ସହ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପରେ ଡିଜିପି ସୁନୀଲ ବଂଶଲ ସୂଚନା ଦେଇ କହିଛନ୍ତି, ବିଧାନସଭା ସୁରକ୍ଷା ପାଇଁ ୨୮ ପ୍ଲାଟୁନ ପୁଲିସ ଫୋର୍ସ ରହିବେ। ଡିସିପିଙ୍କ ତତ୍ତ୍ୱାବଧାନରେ ୮ ଅତିରିକ୍ତ ଡିସିପି, ୧୬ ଏସିପି ରହିବେ। କ୍ୟୁଆରଟି, ବୋମା ସ୍କ୍ୱାଡ୍ ଓ ୨୦ ଇନସ୍ପେକ୍ଟର ମୁତୟନ ହେବେ। ସିସିଟିଭି ନଜରରେ ରହିବ ବିଧାନସଭା। ଆବଶ୍ୟକ ସ୍ଥଳେ ଡ୍ରୋନ୍‌ର ସହାୟତା ନିଆଯିବ ବୋଲି ଡିଜିପି ସୁନୀଲ ବଂଶଲ ସୂଚନା ଦେଇଛନ୍ତି।

Leave A Reply

Your email address will not be published.