Odisha Link
Bridging the Missing Links in Odisha

ଚିନ୍ତା ବଢ଼ାଉଛି ଡିପ୍ ଫେକ୍‌: ବୈଠକ ଡାକିଲା କେନ୍ଦ୍ର

ଓଏଲ୍‌ ବ୍ୟୁରୋ: ବଢୁଛି ଡିପଫେକ ଭିଡିଓ କାରନାମା। ଆଜିକାଲି ଅଭିନେତ୍ରୀମାନଙ୍କ ନକଲି ବା ଡିପ୍‌ଫେକ୍ ଭାଇରାଲ ଭିଡିଓ ଖବର ଖୁବ୍ ଚର୍ଚ୍ଚାରେ ରହିଛି। ରଶ୍ମିକାଙ୍କ ଡିପ୍‌ଫେକ୍ ଭିଡିଓକୁ ନେଇ ଅନେକ ବିବାଦ ଦେଖାଦେଇଥିବା ବେଳେ ପରେ କ୍ୟାଟ୍ରିନା ଓ ସାରା ତେନ୍ଦୁଲକରଙ୍କ ନକଲି ଭିଡିଓ ପୁଣି ଚର୍ଚ୍ଚାର ବିଷୟ ପାଲଟିଥିଲ।। ଡିପ୍ ଫେକ୍ ଭିଡିଓକୁ ନେଇ ପ୍ରଧାନମନ୍ତ୍ରୀ ଚେତାବନୀ ପରେ ସକ୍ରିୟ ହୋଇଛି କେନ୍ଦ୍ର ଆଇଟି ମନ୍ତ୍ରାଳୟ।

ନିକଟରେ ବଲିଉଡ୍ ଅଭିନେତ୍ରୀଙ୍କୁ ଟାର୍ଗେଟ୍ କରି ଡିପ୍ ଫେକ୍ ଭିଡିଓ ଭାଇରାଲ୍ ହେବା ଘଟଣାକୁ ଦୃଷ୍ଟିରେ ରଖି ସରକାର ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଡିପ୍ ଫେକ୍‌ ଭିଡିଓକୁ ନେଇ ଆଇଟି ମନ୍ତ୍ରାଳୟ ବୈଠକ ଡାକିଛି। ଆସନ୍ତା ୨୪ ତାରିଖରେ ବୈଠକ ଡାକିଲା ଆଇଟି ମନ୍ତ୍ରାଳୟ। ସବୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ସହ ବୈଠକ ବସିବ। ଡିପ୍ ଫେକ୍‌କୁ ନେଇ ନିକଟରେ ପ୍ରଧାନମନ୍ତ୍ରୀ ଚିନ୍ତାପ୍ରକଟ କରିଥିଲେ।

Leave A Reply

Your email address will not be published.