Odisha Link
Bridging the Missing Links in Odisha

ଆଜି ଅଁଳା ନବମୀ; ସାକ୍ଷୀଗୋପାଳରେ ଶ୍ରଦ୍ଧାଳୁଙ୍କ ସମାଗମ

ଓଏଲ୍‌ ବ୍ୟୁରୋ: ଆଜି ପବିତ୍ର ଅଁଳା ନବମୀ। ପବିତ୍ର କାର୍ତ୍ତିକ ଶୁକ୍ଳ ନବମୀ ତିଥିକୁ ଅଁଳା ନବମୀ ଭାବରେ ପାଳନ କରିବାର ବିଧି ରହିଛି। ଏହାକୁ ‘ଧାତ୍ରୀ ନବମୀ’ ବୋଲି ମଧ୍ୟ କୁହାଯାଏ। ଏହି ଦିନ ଦାନପୁଣ୍ୟ କଲେ ଜନ୍ମ ଜନ୍ମାନ୍ତର ଶୁଭଫଳ ମିଳିଥାଏ ବୋଲି କୁହାଯାଏ। ପୁରୀ ସାକ୍ଷୀଗୋପାଳ ମନ୍ଦିରରେ ରାଧା ପାଦ ଦର୍ଶନ ପାଇଁ ମନ୍ଦିରରେ ପ୍ରବଳ ଭିଡ଼ ଜମିଛି। ବ୍ୟାରିକେଟ୍ ଦେଇ ଧାଡ଼ିରେ ଦର୍ଶନ କରୁଛନ୍ତି ଭକ୍ତ। କଡ଼ା ସୁରକ୍ଷା ମଧ୍ୟରେ ସାକ୍ଷୀଗୋପାଳ ମନ୍ଦିରରେ ଦର୍ଶନ ଚାଲିଛି।

ଅଁଳା ନବମୀର ମହତ୍ୱ

ଶାସ୍ତ୍ର ଅନୁସାରେ, ଥରେ ଲକ୍ଷ୍ମୀ ଓ ଭଗବତୀ ହରିଙ୍କୁ କୌଣସି ଏକ ନୂତନ ଦ୍ରବ୍ୟ ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ। କ’ଣ ଦେବେ ଭାବୁଥିବା ବେଳେ ଉଭୟ ଚକ୍ଷୁରୁ ଏକ ସଙ୍ଗେ ଲୁହ ଝରିଥିଲା। ସେହି ଆନନ୍ଦାଶ୍ରୁ ଭୂମିରେ ପଡ଼ି ଅଅଁଳା ଗଛ ସୃଷ୍ଟି ହୋଇଥିଲା। ଏହି ଦିନ ଅଁଳା ଗଛକୁ ପୂଜା କରାଯାଏ। ଅଁଳା ନବମୀ ଦିନ ସର୍ବପ୍ରଥମେ ମା’ ଲକ୍ଷ୍ମୀଙ୍କୁ ଆରାଧନା କରାଯାଇଥାଏ। ଆଜି ମଧ୍ୟ ଶ୍ରୀରାଧାଙ୍କ ପାଦ ଦର୍ଶନ। ପୁରୀସ୍ଥିତ ସାକ୍ଷୀଗୋପାଳ ମନ୍ଦିରରେ ଏହି ଅବସରରେ ଆୟୋଜିତ ହୋଇଥାଏ ଯାତ୍ରା।

ବର୍ଷସାରା ଲୁଗା ଘେରରେ ଘୋଡ଼ାଇ ହୋଇ ରହୁଥିବା ଶ୍ରୀରାଧାଙ୍କର ପାଦପଦ୍ମକୁ ବର୍ଷକେ ଥରେ କାର୍ତ୍ତିକ ଅଁଳା ନବମୀ ଦିନ ଭକ୍ତମାନେ ଦର୍ଶନ କରି ଆଶିଷ ଲାଭ କରନ୍ତି। ଆଜିର ଦିନରେ ଶ୍ରୀରାଧା ବିଭିନ୍ନ ରତ୍ନ ଅଳଙ୍କାରରେ ବିଭୂଷିତ ହୋଇ ଓଡ଼ିଆଣୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ତେବେ ଦିବ୍ୟ ଦର୍ଶନକୁ ଉପଭୋଗ କରିବା ପାଇଁ ପୁରୀ ସାକ୍ଷୀଗୋପାଳ ମନ୍ଦିରରେ ଭକ୍ତଂକ ସମାଗମ ଦେଖିବାକୁ ମିଳିଛି।

Leave A Reply

Your email address will not be published.