Odisha Link
Bridging the Missing Links in Odisha

ଚାକିରି ଦେବା ବାହାନାରେ ଠକୁଛନ୍ତି ଲୁଟେରା; ରୁହନ୍ତୁ ସାବଧାନ

ଓଏଲ୍‌ ବ୍ୟୁରୋ: ଆଜିକାଲି ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା ଦେଉଛନ୍ତି।

ବର୍ତ୍ତମାନ ଅନଲାଇନରେ ପାର୍ଟ ଟାଇମ ଚାକିରି କରନ୍ତୁ, ଅଳ୍ପ ସମୟରେ ଲକ୍ଷପତି ହୁଅନ୍ତୁ ବୋଲି ଏଭଳି ଅନେକ ଅଫର ସାମ୍ନାକୁ ଆସୁଛି। ଯଦି ଟେଲିଗ୍ରାମ, ଇନଷ୍ଟାଗ୍ରାମ ଭଳି ସାମାଜିକ ଗଣମାଧ୍ୟମରୁ ଆପଣଙ୍କ ପାଖକୁ ଏମିତି ମେସେଜ ଆସୁଛି ତେବେ ଏହାଠାରୁ ଦୁରେଇ ରହନ୍ତୁ। ନଚେତ ଆପଣ ଠକାମୀର ଶିକାର ହୋଇ ପାରନ୍ତି।

Leave A Reply

Your email address will not be published.