Odisha Link
Bridging the Missing Links in Odisha

ସମ୍ବଲପୁରରେ ରାଷ୍ଟ୍ରପତି; ବ୍ରହ୍ମକୁମାରୀ ଆଶ୍ରମ କାର୍ଯ୍ୟକ୍ରମରେ ଦେଲେ ଯୋଗ

ଓଏଲ୍‌ ବ୍ୟୁରୋ: ରାଷ୍ଟ୍ରପତିଙ୍କ ତିନିଦିନିଆ ଓଡ଼ିଶା ଗସ୍ତର ଆଜି ଶେଷଦିନ। ଗତକାଲିଠୁ ସମ୍ବଲପୁର ଗସ୍ତରେ ଅଛନ୍ତି ମହାମହିମ ଦ୍ରୌପଦୀ ମୁର୍ମୁ। ଆଜି ସମ୍ବଲପୁରରେ ବ୍ରହ୍ମକୁମାରୀ ସଂସ୍ଥା ଦ୍ବାରା ଆୟୋଜିତ ଜାତୀୟ ଶିକ୍ଷା ଅଭିଯାନ-ନୂଆ ଭାରତ ପାଇଁ ନୂଆ ଶିକ୍ଷାକୁ ରାଷ୍ଟ୍ରପତି ଶୁଭାରମ୍ଭ କରିଛନ୍ତି। କିଲାସମା ମିନି ଷ୍ଟାଡିୟମ୍ରେ ପହଞ୍ଚି ବ୍ରହ୍ମକୁମାରୀ ପକ୍ଷରୁ ଆୟୋଜିତ ନୂଆ ଭାରତ ପାଇଁ ନୂଆ ରାଷ୍ଟ୍ରୀୟ ଅଭିଯାନ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ଏହା ପରେ ଝାରସୁଗୁଡ଼ା ବିମାନ ବନ୍ଦର ଅଭିମୁଖେ ବାହାରିବେ।

ଆଜି ସକାଳେ ସମ୍ବଲପୁରରେ ମା’ ସମଲେଶ୍ୱରୀଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି। ରାଜ୍ୟପାଳ ରଘୁବର ଦାସ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଷ୍ଟପତିଙ୍କ ସହ ମା’ଙ୍କୁ ଦର୍ଶନ କରିଛନ୍ତି। ମହାମହିମ ସମଲେଶ୍ୱରୀ ମନ୍ଦିର ଯାଇଥିବାରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସମଲେଶ୍ୱରୀଙ୍କ ଦର୍ଶନ ପରେ ଏମସିଏଲ୍ ଗେଷ୍ଟ ହାଉସକୁ ପ୍ରତ୍ୟାବର୍ତ୍ତନ କରି ସେଠାରେ ରାତ୍ରୀଯାପନ କରିଥିଲେ ରାଷ୍ଟ୍ରପତି।

Leave A Reply

Your email address will not be published.