Odisha Link
Bridging the Missing Links in Odisha

ବରିଷ୍ଠ ନାଗରିକଙ୍କ ପାଇଁ ସୁଗମ ବ୍ୟବସ୍ଥା, ଢେଙ୍କାନାଳରୁ ଗଡ଼ିଲା ତୀର୍ଥଯାତ୍ରା ବସ୍

ଓଏଲ୍‌ ବ୍ୟୁରୋ: ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର। ଢେଙ୍କାନାଳରୁ ଗଡ଼ିଲା ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରା ବସ୍। ଧାର୍ମିକ ଏବଂ ପର୍ଯ୍ୟଟନ ସ୍ଥାନକୁ ଯାତ୍ରା କରୁଥିବା ନାଗରିକଙ୍କୁ ନେଇ ବସ୍ ଯାତ୍ରାକୁ ସବୁଜ ପତାକା ଦେଖାଇ ଢେଙ୍କାନାଳ ଜିଲ୍ଲାପାଳ ମନୋରଂଜନ ମଲିକ୍ ଶୁଭାରମ୍ଭ କରିଛନ୍ତି।

ବରିଷ୍ଠ ନାଗରିକ ମାନେ ଅଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ପାଇବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା’ ଅଧୀନରେ ବ୍ରହ୍ମପୁର ରେଳ ଷ୍ଟେସନଠାରୁ କନ୍ୟାକୁମାରୀ-ତ୍ରିଭେନ୍ଦ୍ରମ୍ ଅଭିମୂଖୀ ଟ୍ରେନର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ବରିଷ୍ଠ ଲୋକମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ ପାଇଁ ୨୦୧୬ ମସିହାରୁ କାର୍ଯ୍ୟକାରୀ କରିଛନ୍ତି।

ଚଳିତବର୍ଷ ତୀର୍ଥଯାତ୍ରାରେ ଯିବା ପାଇଁ ବରିଷ୍ଠ ନାଗରିକମାନେ ଆଗାମୀ ନଭେମ୍ବର ୧ତାରିଖରୁ ୧୦ତାରିଖ ମଧ୍ୟରେ ଅନଲାଇନ ଜରିଆରେ ଆବେଦନ କରାଯାଇଥିଲା। ଚଳିତବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରୁ ୯ଟି ଟ୍ରେନ ଯୋଗେ ବରିଷ୍ଠ ନାଗରିକମାନଙ୍କୁ ତୀର୍ଥଯାତ୍ରାରେ ନେବା ପାଇଁ ରାଜ୍ୟସରକାର ବନ୍ଦୋବସ୍ତ କରିଛନ୍ତି। ରାଜ୍ୟସରକାରଙ୍କ ଏଭଳି ଯୋଜନାକୁ ବରିଷ୍ଠ ମାନେ ସ୍ୱାଗତ ଯୋଗ୍ୟ ବୋଲି କହିଛନ୍ତି।

Leave A Reply

Your email address will not be published.