Odisha Link
Bridging the Missing Links in Odisha

ସବୁ କଲେଜରେ ଖୋଲିବ ଏନ୍ଏସ୍ଏସ୍ ଶାଖା: ଉଚ୍ଚଶିକ୍ଷା ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ତୃତୀୟ ଦିନ। ତୃତୀୟ ଦିନରେ ଗୃହ ବେଶ୍ ସରଗରମ ରହିଛି। ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ ଦେଖିବାକୁ ମିଳିଛି। ମଧ୍ୟଭାଗକୁ ଆସି ପ୍ଲାକାର୍ଡ ଧରି ବିରୋଧୀ ହୋହଲ୍ଲା କରିଛନ୍ତି। ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ ଯୋଗୁଁ ଗୃହ ମୁଲତବି ଘୋଷଣା କରାଯାଇଛି। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ପୁଣି ଗୃହ ଅଚଳ ହୋଇପଡିଛି। ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି।

ଅନ୍ୟପଟେ, ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ସବୁ କଲେଜରେ ଖୋଲିବ ଏନ୍ଏସ୍ଏସ୍ ଶାଖା। କଲେଜଗୁଡ଼ିକୁ ସ୍ୱତନ୍ତ୍ର ଅନୁଦାନ ଦିଆଯାଇଛି। କଲେଜରେ ସାମାଜିକ କାର୍ଯ୍ୟ ଅଧିକ ତ୍ୱରାନ୍ୱିତ କରାଯିବ। ସାମାଜିକ, ସଂସ୍କୃତି ଓ କ୍ରୀଡାରେ ଯୋଗଦାନ ନେଇ ବ୍ୟବସ୍ଥା ହୋଇଛି। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୂଚନା ଦେଇଛନ୍ତି।

Leave A Reply

Your email address will not be published.