ଭିଜିଲାନ୍ସ ପଞ୍ଝାରେ ଅବକାରୀ ଅଧୀକ୍ଷକ; ଚଢ଼ାଉ ସମୟରେ ବିପୁଳ ସମ୍ପତି ଠାବ
ଓଏଲ୍ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ଅବକାରୀ ଅଧୀକ୍ଷକ। ଆୟ ବହିର୍ଭୁତ ସମ୍ପତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ରେଡ କରାଯାଇଛି। ଚଢ଼ାଉ ସମୟରେ ଅବକାରୀ ଅଧୀକ୍ଷକଙ୍କ ବିପୁଳ ସମ୍ପତ୍ତି ଠାବ କରାଯାଇଛି। ନବରଙ୍ଗପୁର ଅବକାରୀ ସୁପରିଟେଣ୍ଡେଣ୍ଟଙ୍କ ଦୁଇଟି ୩ ମହଲା କୋଠା ଠାବ କରାଯାଇଛି।
ଏହା ସହ ଜୟପୁରରେ ୨ଟି ବହୁତଳ କୋଠା ସହ ୩୬୦୦ ବର୍ଗଫୁଟ ପାର୍କିଂ ଏରିଆ ଠାବ ହୋଇଥିବାବେଳେ ଜୟପୁରରେ ୫ଟି ପ୍ଲଟ, ୧.୦୯ ଲକ୍ଷ କ୍ୟାସ୍, ୨ଟି ଚାରି ଚକିଆ ଯାନ ଠାବ ହୋଇଛି। ଏକ ରିୟଲ ଇଷ୍ଟେଟ କମ୍ପାନୀକୁ ୧୬ ଲକ୍ଷ ଅଗ୍ରୀମ ଦେଇଥିବା ସୂଚନା ମିଳିଛି। ତେବେ ଆହୁରି ସମ୍ପତି ଠୁଳ କରିଥିବା ସନ୍ଦେହରେ ବ୍ୟାଙ୍କ, ବୀମା, ପୋଷ୍ଟାଲ ଆଦି ସଞ୍ଚୟର ଯାଞ୍ଚ ଚାଲିଛି।